Latest Odisha News

BREAKING NEWS

ପୁଣି ବିଗିଡିଲା ଦାଦାଙ୍କ ସ୍ୱାସ୍ଥ୍ୟବସ୍ଥା, ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଡାକ୍ତରଖାନାରେ ଭର୍ତ୍ତି 

କୋଲକାତା : ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ । ବିସିସିଆଇର ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡିଛି । ଦେହ ଖରାପ ହେବା ପରେ ସୌରଭ ଗାଙ୍ଗୁଲିଙ୍କଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଅଚନାକ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । କୋଲକାତା ସ୍ଥିତ ଅପୋଲୋ ହସ୍ପିଟାଲରେ ସୌରଭ ଗାଙ୍ଗୁଲିଙ୍କୁ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଜାନୁଆରୀ ୨ ଛାତିରେ ଯନ୍ତ୍ରମା ଲାଗି କୋଲକାତା ସ୍ଥିତ ଉଡଲାଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିବା ଜଣାପଡିଥିଲା । ସକାଳୁ ଘରେ ବ୍ୟାୟାମ କଲା ବେଳେ ତାଙ୍କ ମୁଣ୍ଡ ବୁଲାଇଥିଲା । ଏହାପରେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗାଙ୍ଗୁଲିଙ୍କୁ ପାଞ୍ଚ ଦିନ ଧରି ରଖାଯାଇଥିଲା ।  

 

Leave A Reply

Your email address will not be published.