Latest Odisha News

ପୁଣି ରକ୍ତ ରଞ୍ଜିତ ହେଲା ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଚଳଚଞ୍ଚଳ ପୁରା କଳାହାଣ୍ଡି

କଳହାଣ୍ଡି : ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରା କଳାହାଣ୍ଡି ସହର । ମାଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଛତରକୁ ଜେନା ଖାଲରୁ ପୀଠକୁ ପାଛୋଟି ଆଣୁଛନ୍ତି ।  ମାନସିକଧାରୀ ଭକ୍ତମାନେ ମାଆଙ୍କ ନିକଯରେ କୁକୁଡା, ବୋଦା , ଛେଳି ବଳି ଦେବାର ପରମ୍ପରା ରହିଛି ।

ତେଣୁ ପ୍ରଶାସନର ବାରଣ ସତ୍ୱେ ମଧ୍ୟ ଆଜି ହଜାର ହଜାର ମାନସିକଧାରୀ ବଳି ପକାଉଥିବା ଦେଖିବାକୁ ମିଳିଛି  । ପୁରା ରକ୍ତ ରଞ୍ଜିତ ହୋଇପଡିଛି ମାଆଙ୍କ ପୀଠ  । ମା’ ମାଣିକେଶ୍ୱରୀଙ୍କ ଛତର ଦର୍ଶନ କରିବା ସହ ଆଶୀର୍ବାଦ ନେବାକୁ ଜିଲ୍ଲା ତଥା ଜିଲ୍ଲା ବାହାରରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଚଳିତବର୍ଷ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ ବହୁ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଛନ୍ତି  । ପ୍ରବଳ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

 

Leave A Reply

Your email address will not be published.