Latest Odisha News

BREAKING NEWS

ଆଜି ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ଭବାନୀପାଟଣା ସହରରେ ୧୪୪ ଧାରା

ଭବାନୀପାଟଣା: ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେଉଛି । କରୋନା କଟକଣାରେ ବିନା ଭକ୍ତରେ ହେଉଛି ଯାତ୍ରା । ପ୍ରତିବର୍ଷ ଛତର ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏବର୍ଷ ବିନା ଭକ୍ତରେ ଯାତ୍ରା ହେଉଥିବାରୁ ଭବାନୀପାଟଣା ସହରରେ ଜାରି ହୋଇଛି ୧୪୪ ଧୀରା ।

ଗତକାଲି ରାତି ୮ଟାରୁ ଆଜି ଅପରାହ୍ଣ ୪ଟା ଯାଏ ଭବାନୀପାଟଣାରେ କର୍ଫ୍ୟୁ ଲାଗିଛି । ସହରକୁ ସମସ୍ତ ପ୍ରବେଶ ପଥ ସିଲ୍ କରିଛି ପ୍ରଶାସନ । ମୁତୟନ ହୋଇଛନ୍ତି ୧୦ ପ୍ଲାଟୁନ୍ ଫୋର୍ସ । ଆଜି ମା’ ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତର ଜେନାଖାଲରୁ ରାଜଉଆସରେ ଥିବା ପୀଠକୁ ଆସିବ । ଏହି ଶୋଭାଯାତ୍ରାରେ ସାଧାରଣ ଭକ୍ତ ସାମିଲ ହେବେ ନାହିଁ ।

Leave A Reply

Your email address will not be published.