ପୁରୀ: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ । ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟ ପାଇଁ ବସିବ ଏହି ବୈଠକ। ଆଜି ଅପରାହ୍ଣ ୫ଟାରେ ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ରଥ ଅନୁକୂଳ ନେଇ ନୀତି ର୍ନିଘଣ୍ଟ କରାଯିବ ।
ଆସନ୍ତା ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହିଦିନଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଯାତ୍ରା ନୀତି କିପରି ଶୃଙ୍ଖଳିତ ଭାବେ ଶେଷ ହେବ ତାହା ଉପରେ ଆଲୋଚନା କରାଯିବ। ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ବୈଠକରେ ହେବ ଆଲୋଚନା ।
Comments are closed.