ରାୟପୁର: ଛତିଶଗଡ଼ ବିଜାପୁରରେ ସରକାରୀ ଆବାସିକ ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ପୋଡ଼ି ହୋଇ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଏହାସହ ୩୮୦ ରୁ ଅଧିକ ଛାତ୍ରୀଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ମୃତ ଛାତ୍ରୀ ଜଣକ ପରିଚୟ ଲିପାକ୍ଷୀ (୪) ବୋଲି ଜଣାପଡିଛି ।
ସ୍କୁଲ ଶିକ୍ଷା ବିଭାଗ ଅଧିକାରୀଙ୍କ ସୂଚନା ମୁତାବକ, ‘ବୁଧବାର ବିଳମ୍ବିତ ରାତିରେ ଆବାପଲ୍ଲୀ ଥାନା ଅଧୀନ ଚିନ୍ତାକୋଣ୍ଟା ଗାଁରେ ଥିବା ଏକ ସରକାରୀ ଆବାସିକ ବିଦ୍ୟାଳୟରେ କୌଣସି କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା । ଗ୍ରାମବାସୀ ଏହା ଜାଣିବା ପରେ ତୁରନ୍ତ ଘର ଭିତରୁ ୩୮୦ ଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲେ । ହେଲେ ଏଥିରେ ଜଣେ ଛାତ୍ରୀର ଭଉଣୀ ନିଖୋଜ ଥିଲେ । ପରେ ଅଗ୍ନିକାଣ୍ଡରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି’ ।
ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ କାବୁ କରିଥିଲେ । ନିଆଁ ଲାଗିବାର କାରଣ ଜଣାପଡିନଥିବାବେଳେ, ଅଗ୍ନିକାଣ୍ଡରେ ଛାତ୍ରୀ ଆବାସିକ ଗୃହଟି ସମ୍ପୂର୍ଣ୍ଣ ରୂପେ ଜଳିପୋଡି ପାଉଁଶ ହୋଇଯାଇଛି ।
Comments are closed.