Latest Odisha News

BREAKING NEWS

ଆଜି ଛତିଶଗଡ଼ର ୨୦ ଏବଂ ମିଜୋରାମରେ ୪୦ ଆସନରେ ମତଦାନ: ୬୦ ହଜାର ସୁରକ୍ଷା କର୍ମୀ ମୁତୟନ

ନୂଆଦିଲ୍ଲୀ:ଆଜି ଛତିଶଗଡ ଏବଂ ମିଜୋରାମରେ ମତଦାନ । ପ୍ରଥମ ପର୍ଯ୍ୟାୟରେ ଛତିଶଗଡରେ ୨୦ଟି ଆସନରେ ଭୋଟ ଗ୍ରହଣ କରାଯିବ । ଅନ୍ୟପକ୍ଷେ ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ ୪୦ଟି ଆସନରେ ମତଦାନ କରାଯିବ । ଅନେକ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ବି ମତଦାନ ହେଉଛି । ତେଣୁ ଏସବୁ ଅଞ୍ଚଳରେ ୬୦ ହଜାର ସୁରକ୍ଷା କର୍ମୀ ଏଠାରେ ମୁତୟନ କରାଯାଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି   । ଶୃଙ୍ଖଳିତ ଭାବେ ମତଦାନ ଗ୍ରହଣ ପାଇଁ ଏଠାରେ ୨୫,୪୨୯ କର୍ମଚାରୀଙ୍କୁ ଏଠାରେ ନିୟୋଜିତ କରାଯାଇଛି ।

ଛତିଶଗଡର ୧୦ଟି ମୋହଲା-ସୋନପୁର,ଅନ୍ତାଗଢ, ଭାନୁପ୍ରତାପପୁର,କାଙ୍କରେ, କେଶକାଲ, କୌଣ୍ଡାଗାଁ, ନାରାୟଣପୁର, ଦନ୍ତେୱାଡା, ବୀଜାପୁର, କୋଟାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ ଏବଂ ଅପରାହ୍ନ ୩ଟା ଯାଏ ଚାଲିବ । ଅନ୍ୟ ୧୦ଟି  ଆସନରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ ଚାଲିବ । ଯେଉଁ ୨୦ ଆସନରେ ଆଜ ମତଦାନ ହେବ ସେଥିରୁ ୧୯ଟି ଆସନ କଂଗ୍ରେସ ଅଧିନରେ ରହିଛି । ଏହି ୧୯ ଆସନ ମଧ୍ୟରୁ ୨ଟି ଆସନରେ ଉପନିର୍ବଚନରେ କଂଗ୍ରେସ ଜିତିଛି ।

ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ ୨୨୩ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ ଜଣ ମହିଳା ଅଛନ୍ତି । ଛତିଶଗଡ଼ର ମୋଟ ୪୦ ଲକ୍ଷ ୭୮ ହଜାର ୬୮୧ ଭୋଟର ପ୍ରଥମ ପର୍ଯ୍ୟାୟରେ ମତ ସାବ୍ୟସ୍ଥ କରିବେ ।

ସେହିପରି ମିଜୋରାମରେ ମଧ୍ୟ ଶୃଙ୍ଖଳିତ ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୀମାକୁ ଲାଗଥିବା ମିଆଁମାର ଏବଂ ବାଙ୍ଗଲାଦେଶ ବର୍ଡରକୁ ପୁରା ସିଲ କରାଯାଇଛି

Comments are closed.