ନୂଆଦିଲ୍ଳୀ: ଛତିଶଗଡରେ ଆଜି ଅର୍ଥାତ ନଭେମ୍ବର ୭ତାରିଖ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସା । ନକ୍ସଲଙ୍କ ଆଇଡି ବ୍ଲାଷ୍ଟରେ ସୁରକ୍ଷାକର୍ମୀ ଆହତ । ସକାଳ ୭ଟାରୁ ଛତିଶଗଡରେ ଆରମ୍ଭ ହୋଇଛି ମତଦାନ । ନକ୍ସଲ ପ୍ରଭାବିତ ବସ୍ତର ଏବଂ ରାଜନାନ୍ଦଗାଁ ଅଞ୍ଚଳରେ ବି ମତଦାନ କରାଯାଉଛି ।
ମତଦାନ ଅବସରରେ ସୁକମା ଟୋଣ୍ଡାମରକା ଇଲାକାରେ ନକ୍ସଲମାନେ ହିଂସାକାଣ୍ଡ ଘଟାଇଛନ୍ତି । ଏଠାରେ ନକ୍ସଲମାନେ ଆଇଡି ବ୍ଲାଷ୍ଟ କରିଛନ୍ତି । ଏହି ବ୍ଲାଷ୍ଟରେ ମୁତୟନ ଥିବା ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି ।
ସୂଚନା ଥାଉ କି, ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ଏଥିରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ବସ୍ତର ସାଂସଦ ଦୀପକ ବେଜ, କଂଗ୍ରେସ ସରକାରଙ୍କ ତିନିଜଣ ମନ୍ତ୍ରୀ, ବିଜେପିର ଚାରିଜଣ ପୂର୍ବତନ ମନ୍ତ୍ରୀ ଏବଂ ଜଣେ ପୂର୍ବତନ ଆଇଏଏସ ଅଧିକାରୀ ।
Chhattisgarh | One jawan of CRPF CoBRA Battalion injured in an IED blast triggered by naxals in Tondamarka area of Sukma. The jawan was deployed for election duty: Sukma SP Kiran Chavan
— ANI MP/CG/Rajasthan (@ANI_MP_CG_RJ) November 7, 2023
Comments are closed.