ରାୟପୁର: ପୋଲିସ ଜଣେ କଂଗ୍ରେସ ନେତାଙ୍କ ସମେତ ଦୁଇ ମହିଳା ମାଓବାଦୀଙ୍କୁ ଗିରଫ କରିଛି । ଦୁଇ ମହିଳା ମାଓବାଦୀଙ୍କୁ ଚିକିତ୍ସା ପାଇଁ ତେଲେଙ୍ଗାନା ନେଇଯାଉଥିଲେ କଂଗ୍ରେସ ନେତା। ଗିରଫ କଂଗ୍ରେସ ନେତା ଛତିଶଗଡ ବିଜାପୁରର। ପୋଲିସ ସୂଚନା ପାଇଥିଲା ଯେ ବିଜାପୁର ଜିଲ୍ଲାର ଭୋପାଳପାଟନମ୍ ବ୍ଲକରେ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେ.ଜି ସତ୍ୟମ୍ ମହିଳା ନକ୍ସଲଙ୍କୁ ସାହାଯ୍ୟ କରୁଛନ୍ତି। ଏହାପରେ ତେଲେଙ୍ଗାନା ପୋଲିସ ଉଭୟ ମହିଳା ନକ୍ସଲଙ୍କ ସମେତ କଂଗ୍ରେସ ନେତାଙ୍କୁ ଗିରଫ କରିଛି।
ମହିଳା ମାଓବାଦୀ କେଉଁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ତାହା ଜଣାପଡିନି। ଅନ୍ୟପଟେ ମାଓବାଦୀ ସହ କଂଗ୍ରେସ ନେତାଙ୍କ ସଂପର୍କକୁ ନେଇ ଛତିଶଗଡ କଂଗ୍ରେସରେ ହଲଚଲ ସୃଷ୍ଟି ହୋଇଛି । ବିରୋଧୀ ବିଜେପି ଏହାକୁ ପ୍ରସଙ୍ଗ କରି ସରକାରକୁ ଟାର୍ଗେଟ କରିଥିବା ବେଳେ କଂଗ୍ରେସ ନେତା କିନ୍ତୁ ଏହାକୁ ନେଇ ନିରବ ରହିଛି । ତେବେ ପୁଲିସ ଏନେଇ ଅଧିକ ତଦନ୍ତ କରୁଥିବା ସୂଚନା ରହିଛି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ନକ୍ସଲଙ୍କ ରାଜନେତାମାନଙ୍କ ସଂପର୍କ ପୂର୍ବରୁ ରହିଛି।
ବିଜାପୁର ଜିଲ୍ଲାର ଭୋପାଳପାଟନମ୍ ବ୍ଲକ୍ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେ.ଜି ସତ୍ୟମ ଗତ 15 ବର୍ଷ ହେବ କଂଗ୍ରେସରେ ଜଣେ ସକ୍ରିୟ କର୍ମୀ ଥିଲେ। ପୋଲିସର ସୂଚନାରେ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଦୁଇଜଣ ମହିଳା ନକ୍ସଲମାନଙ୍କୁ ତେଲେଙ୍ଗାନାର ୱାରଙ୍ଗାଲକୁ ଚିକିତ୍ସା ପାଇଁ ନେଉଥିଲେ କଂଗ୍ରେସ ନେତା। ଖବରଦାତାଙ୍କଠାରୁ ପୋଲିସ ସୂଚନା ପାଇ ହାନାମକୋଣ୍ଡା ନିକଟରେ ଏହି ତିନିଜଣଙ୍କୁ ଗିରଫ କରିଥିଲା। ଏହାପରେ ତେଲେଙ୍ଗାନା ପୋଲିସ ସେମାନଙ୍କୁ ପଚରାଉଚରା କରିଥିଲା। ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ହିଁ କେଉଁ କ୍ୟାଡରର ଏହି ମାଓବାଦୀ ବୋଲି ଜଣାପଡିିଥିବା ସୂଚନା ରହିଛି।
Comments are closed.