Latest Odisha News

BREAKING NEWS

ସୁକୁମାରେ ସେନା-ନକ୍ସଲ ଗୁଳିବିନିମୟ, ଜଣେ ସବ୍-ଇନ୍ସପେକ୍ଟର ସହିଦ

ସୁକମା: ନକ୍ସଲ ପ୍ରଭାବିତ ଛତିଶଗଡରେ ପୁଣିଥରେ ନକ୍ସଲମାନେ ସକ୍ରିୟ ହୋଇଛନ୍ତି । ପୁଣି ଥରେ ସୁରକ୍ଷାବଳ ଉପରେ ନକ୍ସଲମାନେ ଆକ୍ରମଣ କରିଛନ୍ତି । ଗତ ଚାରି ଦିନ ମଧ୍ୟରେ ସୁରକ୍ଷା ବାହିନୀ ଏବଂ ନକ୍ସଲ ତିନିଥର ମୁହାଁମୁହିଁ ହୋଇଛନ୍ତି । ଏଥିରେ ଦୁଇ ଜବାନ ସହିଦ ହୋଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି । ଏହି କ୍ରମରେ ଜଙ୍ଗଲରେ ଆଜି ସକାଳୁ ଲୁଚି ରହିଥିବା ଲୁଚି ରହିଥିବା ନକ୍ସଲମାନେ ପାଟ୍ରୋଲିଂ ପାଇଁ ବାହାରୁଥିବା ଏକ ସିଆରପିଏଫ ଗୃପ ଉପରେ ହମଲା କରିଛନ୍ତି ।

ସୂଚନାନୁସାରେ, ଜାଗରଗୁଣ୍ଡା ଥାନା ଅନ୍ତର୍ଗତ ବେଦ୍ରେ କ୍ୟାମ୍ପରୁ CRPF ୧୬୫ ତମ ବାଟାଲିୟନର ଏକ ଦଳ ଉର୍ସାଙ୍ଗଲ ଅଭିମୁଖେ ଯାଉଥିଲେ । ଏହି ଅପରେସନ୍ ସମୟରେ ନକ୍ସଲମାନଙ୍କ ସହିତ ଏକ ଏନକାଉଣ୍ଟର ହୋଇଥିଲା । ଏହି ଘଟଣାରେ ୧୬୫ ତମ ବାଟାଲିୟନର ସବ୍ ଇନ୍ସପେକ୍ଟର ସୁଧାକର ରେଡ୍ଡୀ ସହିଦ ହୋଇଛନ୍ତି ଏବଂ କନଷ୍ଟେବଳ ରାମୁ ନକ୍ସଲଙ୍କ ଗୁଳିରେ ଆହତ ହୋଇଛନ୍ତି ।

ଆହତ ଜବାନଙ୍କୁ ହେଲିକପ୍ଟର ଯୋଗେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଏନକାଉଣ୍ଟର ପରେ ସୁରକ୍ଷା ବାହିନୀ ପକ୍ଷରୁ ଆଖପାଖ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାବେଳେ, ଘଟଣାରେ ଚାରିଜଣ ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରିଛି । ଏହାସହିତ CRPF, କୋବ୍ରା ଏବଂ ଜିଲ୍ଲା ଫୋର୍ସ ଦ୍ୱାରା ଏହାର ଆଖପାଖ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି । ଅଟକ ସନ୍ଦିଗ୍ଧ ମାନଙ୍କୁ ପଚରାଉଚରା କରୁଛି ପୋଲିସ ।
ଏହାପୂର୍ବରୁ ଡିସେମ୍ବର ୧୪ ତାରିଖରେ, ବିଏସଏଫ ଯବାନ କାଙ୍କେରରେ ନକ୍ସଲମାନଙ୍କ ଦ୍ବାରା ଆଇଡି ବିସ୍ଫୋରଣରେ ସହିଦ ହୋଇଥିଲେ । ଏହାପୂର୍ବରୁ ଡିସେମ୍ବର ୧୨ ରେ ଛତିଶଗଡର ସୁକମା ଜିଲ୍ଲାରେ ଜଣେ DRG ଜବାନ ଆଇଡି ବିସ୍ଫୋରଣରେ ଆହତ ହୋଇଥିଲେ ।

Leave A Reply

Your email address will not be published.