Latest Odisha News

BREAKING NEWS

ବାହା ହେବାକୁ ମନା କରିବାରୁ ବିଚ୍‌ ରାସ୍ତାରେ ଚୁଟି ଧରି ଭିଡ଼ି ଭିଡ଼ି ନେଲା ଅଭିଯୁକ୍ତ

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରେ କୁରୁସଭା । ବାହା ହେବାକୁ ମନା କରିବାରୁ ବିଚ୍ ରାସ୍ତାରେ ନାବାଳିକାଙ୍କ ଚୁଟି ଧରି ଭିଡ଼ି ଭିଡ଼ି ନେଲା ଅଭିଯୁକ୍ତ । ମାଡ଼ ମାରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି ପୋଲିସ।

ଶନିବାର ସଂଧ୍ୟାରେ ରାୟପୁର ଗୁଧିଆରି ଅଞ୍ଚଳରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଚ ରାସ୍ତାରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଚୁଟି ଧରି ନାବାଳିକାଙ୍କୁ ଭିଡିଭିଡି ନେଉଛି ଅଭିଯୁକ୍ତ। ଏହି ଘଟଣାରେ ପୀଡିତାଙ୍କ ଶରୀରରେ ଖଣ୍ଡିଆର ଅନେକ ଚିହ୍ନ ମଧ୍ୟ ଦେଖାଯାଇଛି । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ୍ ହେବା ପରେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ମୁତାବକ, ନାବାଳିକା ପୀଡ଼ିତା ୪୭ ବର୍ଷୀୟ ଅଭିଯୁକ୍ତ ଓମକାର ତିଓ୍ଵାରୀର ଦୋକାନରେ କାମ କରୁଥିଲେ। ନାବାଳିକାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା ଓମକାର । ପ୍ରସ୍ତାବ ଅସ୍ୱୀକାର କରିଥିଲେ ପୀଡ଼ିତାଙ୍କ ମା । ପୀଡ଼ିତା ଦୋକାନ ଛାଡ଼ିବାକୁ କହିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଚୁଟି ଘୋଷାଡ଼ି ଘୋଷାଡ଼ି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଓମକାର। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହ ଆହତ ପୀଡ଼ିତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

 

Leave A Reply

Your email address will not be published.