Latest Odisha News

BREAKING NEWS

ବହୁ ଚର୍ଚ୍ଚିତ ନିର୍ଭୟା ଘଟଣାର ତଦନ୍ତ ଅଫିସରଙ୍କୁ ମିଳିବ ‘ଏସିଆ ସୋସାଇଟି ଆୱାର୍ଡ଼’

ନୂଆଦିଲ୍ଲୀ: ଭାରତୀୟ ପୋଲିସ ଅଫିସର ଛାୟା ଶର୍ମା ଏସିଆ ‘ସୋସାଇଟି’ ଗେମ ଚେଞ୍ଜର ଆୱାର୍ଡ’ ପାଇଁ ମନୋନିତ ହୋଇଛନ୍ତି। ଛାୟା ୨୦୧୨ ମସିହାରେ ଘଟିଥିବା ଲୋମଟାଙ୍କୁରା ନିର୍ଭୟା ଗଣବଳାତ୍କାର ଘଟଣାର ତଦନ୍ତର ନେତୃତ୍ୱ ନେଇଥିଲେ ।

ମିଳିଥିବା ସୂଚନା ଅନୁସାରେ ନ୍ୟୁୟର୍କ ଆଧାରିତ ଆଗଧାଡ଼ିର ସଂସ୍କୃତିକ ସଂଗଠନ ‘ଏସିଆ ସୋସାଇଟି’ ଆସନ୍ତା ମାସରେ ଏକ ସ୍ୱତନ୍ତ୍ର ସମାରୋହରେ ଏହା ପୁରସ୍କାର ପ୍ରଦାନ କରିବ ।

ଜଣେ ମହିଳା ପୋଲିସ ଅଧିକାରୀର ଭୂମିକାକୁ ପୁଣିଥରେ ପରିଭାଷିତ୍ କରିଥିବାରୁ ଛାୟାଙ୍କୁ ଏହି ସମ୍ମାନ ଦେବା ପାଇଁ ଚୟନ କରାଯାଇଛି ।

ବର୍ତ୍ତମାନ ସେ ଭାରତୀୟ ଜାତୀୟ ମାନବାଧିକାର କମିଶନର ଡେପୁଟି ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ।

ଏସିଆର ଆଗାମୀ ପିଢ଼ି ପାଇଁ ସକାରାତ୍ମକ ଅବଦାନ ଦେଉଥିବା ଛାୟାଙ୍କ ଭଳି ନିଷ୍ଠାପର ଓ କର୍ତ୍ତବ୍ୟ ପରାୟଣ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରି ଏହି ‘ଏସିଆ ସୋସାଇଟି ଗେମ ଚେଞ୍ଜର ଆୱାର୍ଡ’ ପୁରସ୍କାର ପ୍ରଦାନ କରେ ।

Comments are closed.