Latest Odisha News

ବିଜେପି ସକ୍ରିୟ ସଦସ୍ୟତା କର୍ମଶାଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ଦଳର ସକ୍ରିୟ ସଦସ୍ୟତା କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ  ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସାଂଗଠନିକ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ତିନି ଦିନିଆ କେନ୍ଦୁଝର ଗସ୍ତରେ ଥିବା ଜାଣିବାକୁ ମିଳିଛି।  ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝର ପୌରାଧ୍ୟକ୍ଷା ନିକୁ ସାହୁ, ବରିଷ୍ଠ ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ସଦସ୍ୟତା ଟୋଲିର ଜିଲ୍ଲା ସଂଯୋଜକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାନସଭା ପ୍ରାର୍ଥୀ ଆଲୋକ ସେଠୀ, ଘଷିପୁରା ବିଧାନସଭା ପ୍ରାର୍ଥୀ ଶମ୍ଭୁନାଥ ରାଉତ, ଚମ୍ପୁଆ ବିଧାନସଭା ପ୍ରାର୍ଥୀ ମୁରଲୀ ଶର୍ମାଙ୍କ ସମେତ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ସଦସ୍ୟତା ସହଯୋଗୀ, ଜିଲ୍ଲା ପଦାଧିକାରୀ , ରାଜ୍ୟ ନେତୃତ୍ଵ ଏବଂ ମୋର୍ଚ୍ଚା ସଭାପତି ମାନେ ଉପସ୍ଥିତ ଥିଲେ। ସଦସ୍ୟତା ଅଭିଯାନରେ କେନ୍ଦୁଝର ଜିଲ୍ଲା ବିଜେପି  ଆଜି ସୁଦ୍ଧା ରାଜ୍ୟରେ ପ୍ରଥମ ସ୍ଥାନରେ ରହି ୨ ଲକ୍ଷରୁ ଅଧିକ ସଦସ୍ୟଙ୍କୁ ଯୋଡ଼ିବାରେ ସଫଳ ହୋଇଛି। ସାଂସଦ ଅନନ୍ତ ନାୟକ ସଦସ୍ୟତା ଅଭିଯାନକୁ ଆହୁରି ଆଗକୁ ନେଇ ବିଜେପିକୁ ସର୍ବବ୍ୟାପୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କେନ୍ଦୁଝର ବିଜେପି କର୍ମକର୍ତ୍ତାଙ୍କ ଭିତରେ ଉତ୍ସାହ ବଢ଼ିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.