ଭୁବନେଶ୍ବର : ରାୟଗଡ଼ା ବିଷମକଟକ ନିକଟରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା । ଦୁର୍ଘଟଣାରେ ୪ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ସେହିପରି ୨ ଆହତଙ୍କ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୧୩ ତାରିଖରେ ରାୟଗଡା ମଞ୍ଜୁରିକୁପା ନିକଟରେ ଏକ ଘରୋଇ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଆମ୍ବୁଲାନ୍ସରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଏବେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
BREAKING NEWS
- Junior Fencing Championship: ଇଣ୍ଡୋର ଷ୍ଟାଡିୟମ୍ ରେ ୩୩ ତମ ଜାତୀୟ ଜୁନିଅର ଫେନ୍ସିଙ୍ଗ ଚମ୍ପିୟାନସିପ ଆରମ୍ଭ
- ବିଶ୍ୱକୁ ପୁଣି ଚମକାଇବ ଡିଆରଡିଓ, ଏହି ବର୍ଷ ଉଡାଣ ଭରିବାକୁ ଯାଉଛି LCA Mk-2, ଅଧ୍ୟକ୍ଷ କହିଲେ…
- Sonia Gandhi Health: ହଠାତ୍ ବିଗିଡିଲା ସୋନୀଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟ, ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି
- banned junk food: ବ୍ୟାନ ହେଲା ପିଜା-ବର୍ଗର,ଏପରିକି ଜଙ୍କ ଫୁଡ୍ ବିଜ୍ଞାପନ ମଧ୍ୟ ଚାଲିବନି…
- Slogans Against Modi, Shah: ହେବ ମୋଦୀ-ଶାହାଙ୍କ କବର…JNUରେ ତାତିଲେ ଛାତ୍ର
- ପ୍ରକାଶ ପାଇବ ଉତ୍ତରପ୍ରଦେଶ SIRର ଡ୍ରାଫ୍ଟ, ଭୋଟର ତାଲିକାରୁ ବାଦ ପଡିଯିବ ଏତେ କୋଟି ନାଁ!
- Mohammed Mokim: ୧୨ ତାରିଖରେ ନୂଆ ଦଳ ପାଇଁ ମୂଳଦୁଆ ପଡିବ: ମୋକିମ
- Israel strikes In Lebanon: ଲେବାନନରେ ଉପରେ ଆକ୍ରମଣ କଲା ଇସ୍ରାଏଲ, ଅନେକ ହିଜବୋଲା ଲକ୍ଷ୍ୟସ୍ଥଳକୁ ଟାର୍ଗେଟ…
- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୫୪ତମ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
- Former Union Minister Suresh Kalmadi: ବରିଷ୍ଠ କଂଗ୍ରେସ ନେତା ସୁରେଶ କଲମାଡିଙ୍କ ଦେହାନ୍ତ
Comments are closed.