Latest Odisha News

BREAKING NEWS

ଜାପାନରେ ପହଁଚିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ପହଁଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୋକିଓରେ ପହଁଚିବା ପରେ ତାଙ୍କୁ ଭାରତର ରାଷ୍ଟ୍ରଦୂତ ସିବି ଜୋର୍ଜ ଏବଂ ଦୂତାବାସ ଅଧିକାରୀ ସ୍ବାଗତ କରିଥିଲେ। ସୋମବାରଠୁ ୬ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି ନବୀନ।

ଗତକାଲି ଏକ ଚାଟାର୍ଡ ବିିମାନ ଯୋଗେ ନବୀନ ଏବଂ ତାଙ୍କର ଉଚ୍ଚସ୍ତରୀୟ ଟିମ୍ ସିଙ୍ଗାପୁର ଯାଇଥିଲେ। ସେଠାରେ ପହଁଚିବା ପରେ ଏକ ବିମାନ ଯୋଗେ ଟୋକିଓ ଗସ୍ତ କରିଥିଲେ। ସିଙ୍ଗାପୋରରେ ପହଁଚି ଏକ ଭିଡିଓ ଜାରି କରିଥିଲେ ମୁଖ୍ଯମନ୍ତ୍ରୀ। ଯେଉଁଥିରେ ସେ ତାଙ୍କର ଗସ୍ତ ବାବଦରେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଥିଲା।

ନବୀନ ଟୋକିଓରେ ଆୟୋଜିତ ଏକ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ଅନେକ ଉଦ୍ୟୋଗୀ ଉପସ୍ଥିତ ରହିବେ। ତାଙ୍କ ସହ ନବୀନ ଆଲୋଚନା କରିବେ। ଏହାପରେ ଜାପାନର କ୍ୟୋଟ ଓ ଓସାକାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ।

ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି କ୍ଷେତ୍ରରେ ଓଡ଼ିଶାକୁ ପୁଞ୍ଜି ନିବେଶ ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ସୂଚନା ରହିଛି।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ରୋମ୍, ଦୁବାଇ ଆଦି ଗସ୍ତ କରି ପୁଞ୍ଜିନିବେଶ ଉପରେ ଗୁରୁତ୍ବ ଦେଇଥିଲେ।

Leave A Reply

Your email address will not be published.