Latest Odisha News

BREAKING NEWS

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତ; ଉତ୍କଳମଣିଙ୍କ ପ୍ରତିମୂର୍ତି ଓ ସ୍ମାରକୀ ସଂଗ୍ରହାଳୟର କରିବେ ଲୋକାର୍ପଣ

ପୁରୀ:ଚମକୁଛି ସୁଆଣ୍ଡୋ । ଉତ୍କଳର ବରପୁତ୍ର ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ। ଏହି ଗାଁକୁ ଆଜି ମିଳିଛି ବିଶେଷ ସମ୍ମାନ । ପୁରୀ ଜିଲ୍ଲା ସୁଆଣ୍ଡୋରେ ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି ଓ ସ୍ମାରକୀ ସଂଗ୍ରହାଳୟ


ତିଆରି ହୋଇଛି ଯାହାକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସୁଆଣ୍ଡୋରେ ନବନିର୍ମିତ ପ୍ରକଳ୍ପ ସ୍ଥଳ ମଧ୍ୟ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ କଡା ସୁରକ୍ଷା ସହ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ସୂଚନା ଥାଉ କି, ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଜନ୍ମପୀଠ ସୁଆଣ୍ଡୋ ଗାଁର ରୂପ ବଦଳି ଯାଇଛି । ଏଥିପାଇଁ ସରକାର ୨୫ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ଭାର୍ଗବୀ ନଦୀ କୁଳର ସେହି ଅଖ୍ୟାତ ପଲ୍ଲୀ ଆଜିଜ୍ଞ ହସୁଛି । ଏକ ନୂଆ ରୂପ ନେଇଛି । ଏହି ଗାଁଙ୍କୁ ଯିବା ପାଇଁ ପୁରୀ- ଭୁବନେଶର ଜାତୀୟ ରାଜପଥ ପଟନାୟକିଆ ଠାରୁ ସୁଆଣ୍ଡକୁ ଓସାରିଆ ରାସ୍ତା କରାଯାଇଛି । ଆଲୋକୀକରଣ, ଗାଁ ମନ୍ଦିର ପୁନଃରୁଦ୍ଧାର ସହ ଏଠାରେ ଗୋପବନ୍ଧୁ ପାର୍କ, ମ୍ୟୁଜିଅମ, ଶଠିଘର, ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି ।

Leave A Reply

Your email address will not be published.