Latest Odisha News

ଭୁବନେଶ୍ବରରେ ରିଙ୍ଗ୍‌ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ଚାରିପଟେ ନିର୍ମାଣ ହେବାକୁ ଥିବା ରିଙ୍ଗ୍‌ରୋଡ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ । ୬ ଲେନ୍‌ ବିଶିଷ୍ଟ ହେବାକୁ ଥିବା ଏହି ରିଙ୍ଗ୍‌ ରୋଡ୍‌ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଟାଉନ୍, ଭୁବନେଶ୍ବର, ଆଠଗଡ଼, କଟକ, ଚୌଦ୍ୱାର ଦେଇ ଯିବ ଏହି ରିଙ୍ଗ୍‌ ରୋଡ୍‌ । ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ୬ ଶହ କୋଟି ଟଙ୍କା ବହନ କରିବେ । ମୋଟ୍ ୧୧୧.୨ କିଲୋମିଟର ଦୀର୍ଘ ଏହି ରିଙ୍ଗ୍ ରୋଡ୍ କାର୍ଯ୍ୟକୁ ୩୦ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛ ।

ଯାତ୍ରୀଙ୍କ ପାଇଁ ଗନ୍ତବ୍ୟ ସ୍ଥଳକୁ ସୁଗମ କରିବା ସହ କମ ସମୟ ମଧ୍ୟରେ କିଭଳି ଲକ୍ଷ୍ୟସ୍ଥଳରେ ପହଞ୍ଚି ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଏହି ରିଙ୍ଗ ରୋଡ୍ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏଥିସହ ସଂପୃକ୍ତ ଅଞ୍ଚଳରେ ବ୍ୟାବସାୟିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ସହାୟକ ହେବ ।

Leave A Reply

Your email address will not be published.