Latest Odisha News

BREAKING NEWS

ଦେଖି ନ ଥିବେ ଏମିତି ମୁଖ୍ୟମନ୍ତ୍ରୀ..ବେଶ ସରଳ, ମନ ବି ସରଳ..

ଭୁବନେଶ୍ଠର: ରାଜଧାନୀ କୁହ ବା ରାଉରକେଲା.. ସବୁଆଡେ ଏବେ  ହକି ଫିଭର । ସଜେଇ ହେଉଛି ଦୁଇ ସହର ।  ସ୍ୱଚ୍ଛତାଠାରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ସବୁ ଚକାଚକ ।  ହକି ପାଇଁ ନିଉତା ପଠାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରୀମାନେ ରାଜ୍ୟ ରାଜ୍ୟ ବୁଲି ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ ବାଣ୍ଟୁଛନ୍ତି । ଇତିମଧ୍ୟରେ ଏକାଧିକ ରାଜ୍ୟକୁ ନିଉତା ପଠାଯାଇ ସାରିଲାଣି । ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ପ୍ରଦେଶ ଯାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଏବଂ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ.ରଙ୍ଗାସାମୀଙ୍କୁ  ନିମନ୍ତ୍ରଣ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଅଶୋକ ପଣ୍ଡା ନୂଆଦିଲ୍ଲୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡିଙ୍କୁ ସାକ୍ଷାତ କର ନିମନ୍ତ୍ରଣ ଦେଇଥିଲେ ।  ମନ୍ତ୍ରୀ ଜଗନ୍ନାଥ ସାରକା ରାଞ୍ଚି ଯାଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ  ହେମନ୍ତ ସୋରେନଙ୍କୁ ନିମନ୍ତ୍ରପତ୍ର ଦେଇଥିଲେ । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ, ମନ୍ତ୍ରୀ ଅଶ୍ୱିନୀ ପାତ୍ର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନିଉତା ଦେଇଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସି, ମନ୍ତଅୀ ରଣେନ୍ଦ୍ର ପ୍ରତାପ ସିଂ କେରଳ ମୁଖ୍ୟମନ୍ତୀ ପିନାରାଇ ଭିଜୟନ, ମନ୍ତ୍ରୀ ରୀତା ସାହୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପଶେ ବଘେଲ, ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡ. ମାନିକ ସାହ, ମନ୍ତ୍ରୀ ପ୍ରତାପ କେଶରୀ ଦେବ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସା:ନ୍ତ, ମନ୍ତ୍ରୀ ପ୍ରମିଳା ମଲ୍ଲିକ ହରିଆନା ମୁଖ୍ୟମନ୍ତ୍ରୀ  ମନୋହର ଲାଲ ଖଟ୍ଟର, ମନ୍ତ୍ରୀ ସମୀର ରଞ୍ଜନ ଦାସ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖଭିନ୍ଦର ସିଂ ସୁଖୁ ଏବଂ ମନ୍ତ୍ରୀ ତୁଷାରକାନ୍ତି ବେହେରା କର୍ଣ୍ଣାଟକ  ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇଙ୍କୁ  ହକି ବିଶ୍‌:କପ ପାଇଁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ପଠାଇଛନ୍ତି ।

ତେବେ କେଉଁ ମୁଖ୍ୟମନ୍ତ୍ରୀଙ୍କୁ କିଏ ନିମନ୍ତ୍ରଣ ଦେଲା ତାହା ଏଠି କହିବା  ଆମର ଉଦ୍ଦେଶ୍ୟ ନୁହେଁ । ଏ ତାଲିକା ଦେବାର ଉଦ୍ଦେଶ୍ୟ ହେଉଛି ଏମିତି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇବୁ, ଯାହାକୁ ଦେଖିଲେ ଆପଣଙ୍କ ମନରେ ବି ପ୍ରଶ୍ନ ଆସିବ… ସତରେ ଏ ଜଣେ ମୁଖ୍ୟମନ୍ତ୍ରୀ ?

ଏଇ ମୁଖ୍ୟମନ୍ତ୍ରୀଙ୍କୁ ନିଉତା ଦେବାକୁ ଯାଇଥିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ । ବେଶ୍ ସାଧାସିଧା ଚେହେରା । ପିନ୍ଧିଥିଲେ ଖଣ୍ଡିଏ ଲୁଙ୍ଗି । ଉପରେ ସର୍ଟ ନାହିଁ । କିନ୍ତୁ ବେଶ ସରଳ ଆଉ ଅମାୟିକ ।   ଏ ନିଆରା ମୁଖ୍ୟମନ୍ତ୍ରୀ ହେଉଛନ୍ତି ପୁଡୁଚେରୀ ଏନ. ରଙ୍ଗାସାମୀ । ୨୮ ତାରିଖ ସନ୍ଧ୍ୟାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ତାଙ୍କୁ ଭେଟି ନିମନ୍ତୟଣ ଦେଇଥିଲେ ।

ଖାଲି ପୋଷାକ ନୁହେଁ, ଜୀବନ ବି ଏକଦମ ନିରାଡାମ୍ବର ।  ମନ ବି ସରଳ । ମୁଖ୍ୟମନ୍ତ୍ରୀଙ୍କ ପରିପାଟି ନାହିଁ, ଚାକଚକ୍ୟ ବି ନାହିଁ । ଯେମିତି ସାଧାରଣ ମଣିଷଟିଏ, ଦୂରରୁ ଆସିଥିବା ବନ୍ଧୁଙ୍କୁ ପାଛୋଟି ନେଉଛନ୍ତି ।  ନିମନ୍ତ୍ରଣ ପତ୍ର ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ । କହିଥିଲେ, ତାଙ୍କୁ ଭେଟିବା ପାଇଁ  ଜଗନ୍ନାଥ ଧାମର ଲୋକଙ୍କ ଲାଗି ଅନୁମତି କିମ୍ବା ପ୍ରୋଟକଲର ଆବଶ୍ୟକତା ନାହିଁ ।  ଏମିତି ମୁଖ୍ୟମନ୍ତ୍ରୀ କେତେଜଣ ଅଛନ୍ତି ?

Leave A Reply

Your email address will not be published.