Latest Odisha News

ଅମୀର ଖାନଙ୍କ ଘର ଉପରେ ବୁଲିଲା ବୁଲଡୋଜର

ଜମ୍ମୁକଶ୍ମୀର: ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ଶନିବାର ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଆମୀର ଖାନର ଉପରେ  ବୁଲଡୋଜର ବୁଲିଛି । ଅମୀର ଖାନର ଘର ଚାରି ପାଖରେ ଥିବା ବିରାଟ ପାଚେରୀକୁ ଭାଙ୍ଗି ଦିଆଯାଇଛି ।  ଜମ୍ମୁ-କଶ୍ମୀରର ପାଲଗାମ ଅନ୍ତର୍ଗତ ଲେୱର ଗାଁରେ ଥିଲା ଆତଙ୍କୀ ଆମୀରର ଏକ ମହଲା ବିଶିଷ୍ଟ ବିଲଡିଂ । ଏହାକୁ ଗୋଟିଏ ଘେରି ରହିଥିବା ବିରାଟ ପାଚେରୀ । ଆଜି ତାହାକୁ ମାଟିରେ ମିଶାଇ ଦେଇଛି ପ୍ରଶାସନ ।

ଗୁଲାମନବୀ ଖାନ ଓରଫ ଆମୀର ଖାନ ହିଜବୁଲ ମୁଜାହିଦ୍ଦିନର ଟପ୍‌ ଅପରେସନାଲ କମାଣ୍ଡର ଥିଲେ ।  ୧୯୯୦ ମସିହାରୁ ସେ ଭାରତ ସୀମା ଡେଇଁ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ଚାଲି ଯାଇଥିଲା।

ଜମ୍ମୁ ଓ କଶ୍ମୀର ପ୍ରଶାସନର ଜଏଣ୍ଟ ଅପରେଶନ ଟିମ ଅନନ୍ତନାଗ ଜିଲ୍ଲାର ଲେୱର ଗାଁ ଉପରେ ଚଢଉ କରିଥିଲେ । ବୁଲଡୋଜର ଚଲାଇ ଅମୀର ଖାନର ପାଚେରୀକୁ ମାଟିରେ ମିଶାଇ ଦେଇଥିଲେ ।  ସରକାରୀ ଜମି ଜବରଦଖଲ କରି ସେଠାରେ ଅମୀର ଘର କରିଥିଲା । ପରେ କାଗଜପତ୍ର ଯାଞ୍ଚ କରାଯାଇ ଆମୀର ବିଲଡିଂ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ କହିଛି।  ଉପତ୍ୟାକାରେ ଆତଙ୍କବାଦୀମାନଙ୍କ ଦମ୍ଭ ଭାଙ୍ଗି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ପ୍ରଶାସନ ଏପରି ପଦକ୍ଷେପ ନେଇଥିବା କୁହଯାଉଛି।

ପ୍ରଶାସନର କହିବା ଅନୁଯାୟୀ ଏହି ଅଞ୍ଚଳକୁ ଆତଙ୍କୀ ଶୂନ୍ୟ କରିବା ପାଇଁ ତଥା ଲୋକଙ୍କ ମନରେ ସରକାରଙ୍କ ପ୍ରତି ଆସ୍ଥା ସୃଷ୍ଟି କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।

ତେବେ ଏଠି କହିରଖିବୁ, ପାକ ଅଧିକୃତ କଶ୍ମୀରରେ ରହି ଅମୀର ସେଠାରେ  ଆତଙ୍କୀ ନେଟୱର୍କକୁ ଚଳାଉଥିଲା । ଏପରିକି  ଭାରତ ବିରୋଧୀ କାମ ଚଳାଉଥିଲା ।  ତେଣୁ ଆଜି ତା’ ଘର ଚାରିପାଖରେ ଥିବା ପାଚେରୀକୁ ପ୍ରଶାସନ ବୁଲଡୋଜର ଦ୍ୱାରା ମାଟିରେ ମିଶାଇ ଦେଇଛି।

Leave A Reply

Your email address will not be published.