Latest Odisha News

BREAKING NEWS

ପୂର୍ବ ସରକାରର ଉପଦେଷ୍ଟାଙ୍କୁ ଦାୟିତ୍ବ ମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ସରକାର ବିଭିନ୍ନ ବିଭାଗରେ ଉପଦେଷ୍ଟା ଭାବେ ନିଯୁକ୍ତ କରିଥିଲେ। ଏବେ ଏମାନଙ୍କୁ ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ପୂର୍ବ ସରକାର ବିଭିନ୍ନ ବିଭାଗର ପରାମର୍ଶଦାତା ଭାବେ ଅନେକ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଥିଲେ। ଉପଦେଷ୍ଟା ନିଯୁକ୍ତ ହେବା ପରେ ସରକାରୀ ଯୋଜନାର କାର୍ଯ୍ୟକାରିତା କିମ୍ବା କାର୍ଯ୍ୟଦକ୍ଷତାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବ ବିଜେଡି ସରକାର ଦଳର ୧୫୦ରୁ ଅଧିକ ନେତା ଓ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ।

Comments are closed.