Latest Odisha News

BREAKING NEWS

କୋଭିଡ ଯୋଦ୍ଧାଙ୍କ ପାଇଁ କାଲି ସନ୍ଧ୍ୟାରେ ନୀରବ ପ୍ରାର୍ଥନା କରିବାକୁ ଅପିଲ

ଭୁବନେଶ୍ୱର: କାଲି ସନ୍ଧ୍ୟା ୬ଟାରେ ନୀରବ ପ୍ରାର୍ଥନା ପାଇଁ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ସନ୍ଧ୍ୟାରେ ୧ମିନିଟର ନିରବ ପ୍ରାର୍ଥନା କରିବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଯିଏ ଯେଉଁଠି ଅଛନ୍ତି, ଘର ବାହାରେ କିମ୍ବା ଘର ଭିତରେ ରହି ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନୀରବ ପ୍ରାର୍ଥନା ସହ ଶପଥ କାର୍ଯ୍ୟକ୍ରମରେ ଭାଗ ନେବାକୁ ମଧ୍ୟ କହିଛନ୍ତି ନବୀନ । କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଶପଥ କାର୍ଯ୍ୟକ୍ରମ ହେବ । ଏହି ଶପଥ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମଧ୍ୟ ସାମିଲ ହେବେ । ଟିଭି ଓ ସୋସିଆଲ ମିଡ଼ିଆ ଜରିଆରେ ଏହି ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୫ମାସ ଧରି କରୋନା ବିରୁଦ୍ଧରେ ଲଢ଼େଇଜାରି ରହିଛି । କରୋନରେ ଲଢ଼େଇରେ ଯେଉଁ ଯୋଦ୍ଧାମାନେ ସାମିଲ ରହିଛିନ୍ତି ସେମାନଙ୍କୁ ଉତ୍ସାହିତ ଓ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.