Latest Odisha News

BREAKING NEWS

କାଲି ଅନୁଗୁଳ ଓ ଢେଙ୍କାନାଳରେ BSKY ସ୍ମାର୍ଟ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲି ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ ଅନୁଗୁଳ ଓ ଢେଙ୍କାନାଳରେ ବାଣ୍ଟିବେ ବିଏସକେଓ୍ବାଇ ସ୍ବାର୍ଟ ହେଲଥ କାର୍ଡ । ପ୍ରଥମେ ଅନୁଗୁଳ ଜିଲ୍ଲା ଗସ୍ତ କରିବେ ମୁଖ୍ରମନ୍ତ୍ରୀ । ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ସଭାରେ ଯୋଗଦେଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟର ଶୁଭାରମ୍ଭ କରିବେ ନବୀନ । ଏହି ଅବସରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଯନ କରିବେ ମୁଖ୍ୟମନ୍ତ୍ରୀ ।

BjdElectrycity

ଏହାପରେ ମଧ୍ୟାହ୍ନ ୧୨ଟାରେ ଢେଙ୍କାନାଳ ଷ୍ଟାଡିଅମରେ ପହଞ୍ଚି ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଢେଙ୍କାନାଳର ପ୍ରାୟ ୯ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଗସ୍ତ ଅବସରରେ ଢେଙ୍କାନାଳରେ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସ୍ଥାନୀୟ ମିନି ଷ୍ଟାଡିୟମ ପଡିଆରେ ଏନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମିନି ଷ୍ଟାଡିୟମରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି ପୋଲିସ । ସାଧାରଣ ପ୍ରବେଶକୁ ବାରଣ କରାଯାଇଥିବା ବେଳେ, ମୋଟ ୧୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.