Latest Odisha News

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା; ପ୍ରଥମ ଦିନରେ ଖାଦ୍ୟ ଯୋଗାଣ-ସମବାୟ ଓ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର:ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ସରକାର ସେତିକି ତତ୍ପର ହୋଇ ଉଠୁଛି । ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ପରେ ଏବେ ମୁଖ୍ୟମନ୍ତ୍ରୀ ବାହାରିଛନ୍ତି ବିଭାଗୀୟ ସମୀକ୍ଷା ପାଇଁ । ଆଜିଠୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବିଭାଗୀୟ ସମୀକ୍ଷା ମେ’ ୨୨ରୁ ଆରମ୍ଭ ହୋଇ   ଜୁନ୍ ୧ ତାରିଖ ଯାଏ ଚାଲିବ  ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ସମୀକ୍ଷା କରିବେ ବୋଲି ଗତମାସରେ ମନ୍ତ୍ରୀମାନଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ବିଗତ ୪ ବର୍ଷରେ ରାଜ୍ୟ ସରକାର ଲୋକଙ୍କ ପାଇଁ କରିଥିବା ଜନକଲ୍ୟାଣକାରୀ ଯୋଜନା କେତେ କାର୍ଯ୍ୟକାରୀ ହୋଇଛି, ତାର ହିସାବ ନେବେ ନବୀନ ।  ପ୍ରଥମ ଦିନରେ ଖାଦ୍ୟ ଯୋଗାଣ ଓ ସମବାୟ, ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ପ୍ରତ୍ୟକ ବିଭାଗ ନିଜ ନିଜ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବେ । କେଉଁ ବିଭାଗରେ କେତେ କାର୍ଯ୍ୟ ହୋଇଛି,  ନିର୍ବାଚନୀ ପ୍ରତିଶୃତି କେତେ ପୂରଣ କରିଛନ୍ତି ତାହାର ଟିକିନିଖି ହିସାବ କରିବେ ନବୀନ  ।

ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେବାକୁ ଯାଉଛି । ତା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏପରି ସମୀକ୍ଷା ବିଭଗୀୟ ମନ୍ତ୍ରୀଙ୍କ ନିଦ ହଜାଇ ଦେଇଛି ।

Comments are closed.