ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ କି ନାହିଁ ସେ ନେଇ ସସ୍ପେନ୍ସ ଲାଗି ରହିଛି । ସୂଚନାଯୋଗ୍ୟ, ଏଥର ଏସିଆ କପ ୟୁଏଇରେ ଆୟୋଜିତ ହେବ । କାର୍ଯ୍ୟସୂଚୀ ଅନୁସାରେ ସେପ୍ଟମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଦୁଇ ଦେଶ ମଧ୍ୟରେ ଉତେଜନା ଲାଗି ରହିଥିବାରୁ ଭାରତୀୟ ପ୍ରଶଂସକ ଏହି ମ୍ୟାଚ ଆୟୋଜନ ହେବା ସପକ୍ଷରେ ନାହାନ୍ତି । ଏମିରେଟ୍ସ କ୍ରିକେଟ ବୋର୍ଡର ମୂଖ୍ୟ ଅପରେଟିଂ ଅଫିସର ସୁଭାନ ଅହମ୍ମଦଙ୍କ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବାରେ କୌଣସି ଅସୁବିଧା ନାହିଁ ।
ଏସିଆ କପକୁ ଡବ୍ଲ୍ୟୁସିଏ ସହ ତୁଳନା କରିବା ଠିକ ହେବନି । ଭାରତ ଓ ପାକିସ୍ତାନ ମ୍ୟାଚକୁ ସାରା ବିଶ୍ୱ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ଏଥର ଏସିଆ କପ ଟି୨୦ ଫର୍ମାଟରେ ଖେଳାଯିବ । ଗ୍ରୁପ ଏରେ ଭାରତ, ପାକିସ୍ତାନ, ୟୁଏଇ ଓ ଓମାନ ରହିଥିବା ବେଳେ ଗ୍ରୁପ ବିରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂ ରହିଛନ୍ତି । ଭାରତରେ ଏସିଆ କପ ଆୟୋଜିତ ହେବାକୁ ସ୍ଥିର ହୋଇଥିଲେ ପରେ ଏହା ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି ।
Comments are closed.