Latest Odisha News

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ କାହିଁକି ଇନଡୋର ଷ୍ଟାଡିୟମ ଛାତକୁ ଜରି ପାଲରେ ଘୋଡାଯାଇଥିଲା? ସ୍ପଷ୍ଟୀକରଣ ରଖିଲେ ମୁଖ୍ୟ ଶାସନ ସଚିବ

କଟକ: ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମର ଛାତକୁ ପଲିଥିନରେ ଘୋଡାଇ ବର୍ଷା ଓ ବଜ୍ରପାତରୁ ସୁରକ୍ଷା ପାଇଁ ଅତିରିକ୍ତ ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ସ୍ପଷ୍ଟ କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରଶାସନ କୌଣସି ରିସ୍କ ନେବାକୁ ଚାହୁଁନଥିବା ବେଳେ ପଲିଥିନ୍ ଚାଦର କେବଳ ଏକ ସତର୍କତାମୂଳକ ପଦକ୍ଷେପ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ସେଠାରେ ଭଙ୍ଗା ଛାତକୁ ଘୋଉଡାଇବାକୁ ଜରି ପାଲ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଥିଲା।

ଷ୍ଟାଡିୟମ ଛାତର କିଛି ଅଂଶ ଭାଙ୍ଗି ଯିବାରୁ ମରାମତି ଆବଶ୍ଯକ କରୁଛି। ରାଜ୍ୟ ସରକାର ଏହାର ମରାମତି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ରାଷ୍ଟ୍ରପତି ମୁର୍ମୁଙ୍କ ଗସ୍ତ ବେଳକୁ ମରାମତି କାମ ସରି ନ ଥିଲା। ଫଳରେ ଷ୍ଟାଡିୟମ୍କୁ ପଲିଥିନ୍ ଚାଦରରେ ଢାଙ୍କି ଦିଆଯାଇଥିବା ବୋଲି ଅଭିଯୋଗ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବୀ ଏହାକୁ ନେଇ ଉଦବେଗ ପ୍ରକାଶ କରିବା ପରେ ଆଜି ମୁଖ୍ୟ ଶାସନ ସଚିବ ସ୍ପଷୀକରଣ ରଖିଛନ୍ତି।

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ ଷ୍ଟାଡିୟମର ଢାଞ୍ଚାରେ କୌଣସି ତ୍ରୁଟି ନାହିଁ, ପଲିଥିନ୍ ଚାଦର ସ୍ଥାୟୀ ସମାଧାନ ନୁହେଁ। ଖୁବଶୀଘ୍ର ଷ୍ଟାଡିୟମର ମରାମତି କରାଯିବ ବୋଲି ସେ କହିଛନ୍ତି।

ଷ୍ଟାଡିୟମର ଛାତକୁ ପଲିଥିନ୍ ଘୋଡାଇବା କିଛି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ଏହା ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନର ପରିଚୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ରାଷ୍ଟ୍ରପତି ଓ କଟକବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଶାସନ ସଚିବ ଆଜି କହିଛନ୍ତି।

ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ପ୍ରଥମ ଥର ପାଇଁ ବିବାଦୀୟ ହୋଇ ନାହିଁ। ବର୍ଷକ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଷ୍ଟାଡିୟମକୁ ପଲିଥିନ ଚାଦରରେ ଢାଙ୍କି ଦିଆଯାଇଥିଲା। ସେହି ସମୟରେ ସ୍ଥାନୀୟ ଲୋକେ ଷ୍ଟାଡିୟମର ଆବଶ୍ୟକ ଯତ୍ନ ନେଉ ନଥିବାରୁ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ।

Comments are closed.