Latest Odisha News

BREAKING NEWS

ମୁଖ୍ୟ ଶାସନ ସଚିବଙ୍କ ମୟୂରଭଞ୍ଜ ଗସ୍ତ, ଦେଓ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗସ୍ତ ଅବସରରେ ଜିଲ୍ଲାର ପାଞ୍ଚପୀଢ଼ ଉପଖଣ୍ଡର କରଞ୍ଜିଆ ବ୍ଲକ ଅନ୍ତର୍ଗତ ହାତୀବାରିରେ କାର୍ଯ୍ୟକାରୀ କରାଯାଇଥିବା ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ କାର୍ଯ୍ୟଧାରା ନିରୀକ୍ଷଣ କରିଛନ୍ତି ।

ଏହି ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବ । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ସନ୍ତୋଷ ବ୍ୟକ୍ତ କରିବା ସହ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବା ଦିଗରେ ଗୁରୁତ୍ବ ଦେଇଥିଲେ । ଏହି ପ୍ରକଳ୍ପ ଦ୍ବାରା ମୋଟ ୯୯୦୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି । ଏହି ପ୍ରକଳ୍ପ ବାବଦରେ ୯୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଦେଓ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର କ୍ଷେତ୍ରସ୍ତରୀୟ ନିରୀକ୍ଷଣ ତଥା ଜିଲ୍ଲାପାଳ ବିନୀତ୍ ଭରଦ୍ବାଜ୍, ଏସପି, ଉପଜିଲ୍ଲାପାଳ, ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.