Latest Odisha News

BREAKING NEWS

ଚିକିଟି ମଦ ଟ୍ରାଜେଡି: ବିଜେଡିକୁ ଟାର୍ଗେଟ କଲେ ଚିକିଟି ବିଧାୟକ

ଭୁବନେଶ୍ଵର: ଚିକିଟି ମଦ ଟ୍ରାଜେଡିରେ ଏମକେସିଜିରେ ଚିକିତ୍ସାଧୀନ ବ୍ୟକ୍ତିଙ୍କୁ ଭେଟିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆକ୍ରାନ୍ତଙ୍କୁ ଭେଟିବା ପରେ ବେଆଇନ ମଦ କାରବାରରେ ରୋକ ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ । ସେପଟେ ମଦ ମୃତ୍ୟୁକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ଚିକିଟି ବିଧାୟକ । ମଦ କାରବାରରେ ଜଣେ ପ୍ରମୁଖ ବିଜେଡି କର୍ମୀଙ୍କ ହାତ ଅଛି । ଏପରିକି ଗିରଫ ଅଭିଯୁକ୍ତମାନେ ମଧ୍ୟ ବିଜେଡି ସହ ଜଡ଼ିତ ବୋଲି କହିଛନ୍ତି ବିଧାୟକ ଦ୍ୟାନସାମନ୍ତରାୟ ।

ତେବେ ଚିକିଟି ମଦ ମୃତ୍ୟୁ ମାମଲାରେ ଆରଡିସି ସ୍ତରୀୟ ତଦନ୍ତ ହେବ। ୨ ମାସ ମଧ୍ୟରେ ରିପୋର୍ଟ ଆସିବ। ଚୋରା ମଦ ବନ୍ଦ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେପଟେ ବେଆଇନ ମଦ କାରବାରକୁ ଭାଙ୍ଗିକି ଚୁରମାର କରିଦିଆଯିବ। ୨୧୭ଟି ଚିହ୍ନଟ ହୋଇଥିବା ବେଆଇନ ଭାଟି ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟବାସୀଙ୍କୁ ଆଶ୍ଵସନା ଦିଆଯାଉଛି କୌଣସି ବେଆଇନ ମଦ ଭାଟି ରହିବ ନାହିଁ। ଅବକାରୀ ଇନ୍ସପେକ୍ଟର, ଜଣେ ଅଧିକାରୀଙ୍କୁ ଏହି ଘଟଣାରେ ନିଲମ୍ବନ କରାଯାଇଛି। ଅବକାରୀ ଅଧିକ୍ଷକଙ୍କୁ ଅନ୍ୟତ୍ର ବଦଳି ମଧ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ, ଚିକିଟି ବ୍ଲକ ଜେନାପୁରରେ ଅପମିଶ୍ରିତ ମଦ୍ୟପାନ କରି ଗୁରୁତର ହେବା ପରେ ଏ‌ମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ୧୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି।

Comments are closed.