Latest Odisha News

BREAKING NEWS

ଅଜଣା ଗାଡ଼ି ଧକ୍କାରେ ଶିଶୁ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଯାଜପୁର: ଅଜଣା ଗାଡ଼ି ଧକ୍କାରେ ୭ବର୍ଷ ଶିଶୁପୁତ୍ର ମୃତ୍ୟୁକୁ କେନ୍ଦ୍ର କରି ରାସ୍ତାରୋକ। ଯାଜପୁର ଟାଉନ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଛକ ନିକଟରେ ଗତକାଲି ଏକ ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ଛୋଟୁ ନାୟକଙ୍କ ପୁଅ ଆଦର୍ଶଙ୍କ ମୃତ୍ୟୁ ଘଟିଥିଲା। ଆଜି ଏହି ଘଟଣା ଜଣାପଡ଼ିବା ପରେ ଉତ୍ୟେକ୍ତ ଲୋକଙ୍କ ପକ୍ଷରୁ ଯାଜପୁର-କୁଆଖିଆ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି।

ଟାୟାର ଜାଳି ଲୋକେ ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଘଟଣାସ୍ଥଳରେ ହମ୍ପସ୍ ନିର୍ମାଣ ଦାବି କରି ଏହି ରାସ୍ତାରୋକ କରାଯାଇଛି। ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଠିଆ ହୋଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.