Latest Odisha News

BREAKING NEWS

କାହିଁକି କୋଭିଡ୍ ପାଇଁ ବଢିଲା ବାଲ୍ୟ ବିବାହ ସଂଖ୍ୟା ? ଦକ୍ଷିଣ ଏସିଆରେ ସ୍ଥିତି ଚିନ୍ତା ଜନକ

ନୂଆଦିଲ୍ଲୀ: ବାଲ୍ୟ ବିବାହ ପାଇଁ କରୋନା ଦାୟୀ। କୋଭିଡ୍‌-୧୯ ଯୋଗୁ ବାଲ୍ୟ ବିବାହ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ନିକଟରେ ୟୁନିସେଫ୍‌(UNICEF) ପ୍ରକାଶ କରିଥିବା ଏକ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ସାରା ବିଶ୍ୱ ତୁଳନାରେ ଦକ୍ଷିଣ ଏସିଆରେ ବାଲ୍ୟବଧୂଙ୍କ ସଂଖ୍ୟା ସର୍ବାଧିକ ରହିଛି। କୋଭିଡ୍-୧୯ କାରଣରୁ ଆର୍ଥିକ ଚାପ ଓ ସ୍କୁଲ୍ ବନ୍ଦ ରହିବା ଯୋଗୁ ବାପାମା ସେମାନଙ୍କ ନାବାଳିକା ଝିଅର ବିବାହ କରାଇ ଦେବାକୁ ବାଧ୍ୟ ହୋଇଥିବା ରିପୋର୍ଟରେ କୁହାଯାଇଛି।

BjdElectrycity

ୟୁନିସେଫ୍‌ ରିପୋର୍ଟ ଅନୁସାରେ, ଦକ୍ଷିଣ ଏସିଆରେ ୨୯ କୋଟି ବାଲ୍ୟବଧୂ ଅଛନ୍ତି। ଯାହା ବିଶ୍ୱରେ ୪୫ ପ୍ରତିଶତ ହେବ। ୟୁନିସେଫ ପକ୍ଷରୁ କରାଯାଇଥିବା ସର୍ଭେରେ ବାଂଲାଦେଶ, ଭାରତ ଓ ନେପାଳର ୧୬ ଟି ସ୍ଥାନରେ ଲୋକମାନଙ୍କ ସହ ଏହି ସମସ୍ୟା ନେଇ ଆଲୋଚନା କରାଯାଇଥିଲା। ଏଥିରେ ଜଣାପଡ଼ିଥିଲା ଯେ କୋଭିଡ୍ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବାର ସବୁ ବିକଳ୍ପ ବନ୍ଦ ହୋଇଯାଇଥିଲା। ସ୍କୁଲ କଲେଜ ବନ୍ଦ ସହ ଆର୍ଥିକ ଚାପ ଯୋଗୁ କିଛି ବାପାମା ଏହାକୁ ବାଲ୍ୟ ବିବାହର ପ୍ରକୃଷ୍ଠ ସମୟ ଭାବି ଝିଅ ବାହା କରିଦେଇଥିଲେ।

ନେପାଳରେ ମହିଳାଙ୍କ ବିବାହର ସର୍ବନିମ୍ନ ବୟସ ସୀମା ୨୦ ରହିଛି। ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶରେ ଏହି ସୀମା ୧୮ ରହିଛି। ସେହିପରି ଆଫଗାନିସ୍ତାନରେ ଓ ପାକିସ୍ତାନରେ ୧୬ ରହିଥିବା ବେଳେ ପାକିସ୍ତାନ ସିନ୍ଧ ରାଜ୍ୟରେ ବିବାହର ସର୍ବ ନିମ୍ନ ବୟସ ୧୮ ରହିଛି। ଏହିସବୁ ଦେଶଗୁଡ଼ିକ ବାଲ୍ୟ ବିବାହ ସଂଖ୍ୟା ବୃଦ୍ଧି ହୋଇଛି।

ଏହି ଦେଶଗୁଡିକର ବାଲ୍ୟ ବିବାହ ସଂଖ୍ୟା ଅଧିକ

ଇଥିଓପିଆ

୧.ବାଲ୍ୟ ବିବାହ ସଂଖ୍ୟା ୧୯୭୪,୦୦୦
୨. ୧୮ ବର୍ଷରେ ବିବାହ କରିଥିବା ଝିଅଙ୍କ ସଂଖ୍ୟା ୪୧ ପ୍ରତିଶତ
୩. ବିବାହର ସର୍ବନିମ୍ନ ବୟସ ସୀମା ୧୮

ଇଥିଓପିଆର ଏକ ପ୍ରଥା ରହିଛି। ଯେଉଁଠି କକା ପୁଅ ଭାଇ ଭଉଣୀଙ୍କୁ ଅପହରଣ କରି ଜବରଦସ୍ତି ବାହା ହୋଇଯାଆନ୍ତି। ଫଳରେ ପ୍ରତି ୫ ଜଣରେ ଜଣଙ୍କ ବିବାହ ୧୮ ବର୍ଷ ବୟସ ପୂର୍ବରୁ ହୋଇଯାଏ। ଏ ବିଷୟରେ ଇଥିଓପିଆରେ। ଏକ ସଂସ୍ଥାର ରିପୋର୍ଟ ଅନୁସାରେ ଏଠି ୧୫-୧୯ ବର୍ଷ ବୟସ ଭିତରେ ମାତ୍ର ୧୨ ପ୍ରତିଶତ ବିବାହିତ ଝିଅ ସ୍କୁଲ ଯାଆନ୍ତି।

ବ୍ରାଜିଲ୍

୧. ବାଲ୍ୟ ବିବାହ ସଂଖ୍ୟା- ୨,୯୨୮,୦୦୦
୨. ୧୮ ବର୍ଷରେ ବିବାହ ହୋଇଥିବା ଝିଅଙ୍କ ସଂଖ୍ୟା ୩୬ ପ୍ରତିଶତ
୩. ବିବାହର ସର୍ବନିମ୍ନ ବୟସ ୧୮, କିନ୍ତୁ ମାଆବାପାଙ୍କ ଅନୁମତିରେ ୧୬ ବର୍ଷରେ ବିବାହ କରି ହେଉଛି।

ବ୍ରାଜିଲ୍‌ରେ ବାପାମାଙ୍କ ସହମତିରେ ୧୬ ବର୍ଷ ବୟସରେ ବିବାହ କରିହେବ। କିନ୍ତୁ ଯଦି କୌଣସି କମ୍‌ ବୟସର ଝିଅ ଦୁଷ୍କର୍ମ ଶିକାର ହେବା ପରେ ସେ ଗର୍ଭବତୀ ହୋଇଯାଆନ୍ତି ତେବେ ୧୬ ବର୍ଷରୁ କମ୍ ବୟସରେ ବି ବିବାହ କରିବେ। ତେଣୁ ବ୍ରାଜିଲ୍ର କିଶୋର ଆବସ୍ଥାରେ ଗର୍ଭବତୀ ସଂଖ୍ୟା ଅଧିକ ରହିଛି।

ନାଇଜେରିଆ

୧. ବାଲ୍ୟ ବିବାହ ସଂଖ୍ୟା ୩,୩୦୬,୦୦୦
୨. ୧୮ ବର୍ଷରେ  ବିବାହ କରିଥିବା ଝିଅଙ୍କ ସଂଖ୍ୟା ୪୩ ପ୍ରତିଶତ
୩. ବିବାହର ସର୍ବନିମ୍ନ ଆୟୁ(ପୁଅ/ଝିଅ) ୧୮

ସୂଚନା ଥାଉକି ନାଇଜେରିଆ ସମ୍ବିଧାନରେ ବିବାହ ବୟସ ନେଇ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମାର ଉଲ୍ଲେଖ ନାହିଁ। କିନ୍ତୁ ୨୦୦୩ ବାଲ୍ୟ ଅଧିକାର ଅଧିନିୟମ ଅନୁସାରେ ବିବାହ ସର୍ବନିମ୍ନ ଆୟୁ ୧୮ ବର୍ଷ କରାଯାଇଛି। ହେଲେ ଦେଶରେ ୩୬ ରାଜ୍ୟରୁ ମାତ୍ର ୨୩ ରାଜ୍ୟ ଏହି ନିୟମକୁ ଲାଗୁ କରିଛନ୍ତି। ଶିକ୍ଷାର ଗୁଣବତ୍ତାର ଅଭାବ ଯୋଗୁ ବିବାହ ବଢ଼ୁଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଝିଅ ବଡ଼ ହେବା ମାତ୍ରେ ବିବାହ କରିଦେବା ଉଚିତ୍ ବୋଲି ଏଠାକାର ମାନସିକତା ରହିଥିବା ସେମାନେ କହିଛନ୍ତି। ୨୦୧୬ରେ ନାଇଜେରିଆ ମହିଳା ଓ ସାମାଜିକ ବିକାଶ ମନ୍ତ୍ରଣାଳୟ ୨୦୨୦ ପୂର୍ବରୁ ୪୦ ପ୍ରତିଶତ ଓ ୨୦୩୦ ପର୍ଯ୍ୟନ୍ତ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ଶେଷ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି।

ବାଂଲାଦେଶ

୧. ବାଲ୍ୟ ବିବାହ ସଂଖ୍ୟା-୩,୯୩୧,୦୦୦
୨.୧୮ ବର୍ଷରେ ବିବାହ କରିଥିବା ଝିଅଙ୍କ ସଂଖ୍ୟା- ୫୨ ପ୍ରତିଶତ
୩. ବିବାହର ସର୍ବନିମ୍ନ ଆୟୁ ପୁଅ ୨୧ ଝିଅ ୧୮

ଅନ୍ତର୍ଜାତୀୟ ମିଡିଆ ଅଲ୍‌-ଜଜିରା ରିପୋର୍ଟ ଅନୁସାରେ, ବାଂଲାଦେଶରେ ନାବାଳିକାଙ୍କ ବିବାହ କରୁଥିବା ବୟସ୍କଙ୍କ ପାଇଁ ଜରିମାନା ଆଇନ ରହିଛି। ହେଲେ ଆଇନ ବ୍ୟବସ୍ଥାରେ ଥିବା ତୃଟି ଯୋଗୁ କିଛି ବିଶେଷ ପରିସ୍ଥିତି ବାଲ୍ୟ ବିବାହକୁ ଅନୁମତି ଦେଉଛି। ବାଂଲାଦେଶରେ ଦରିଦ୍ରତା ଓ ଧାର୍ମିକ ବିଶ୍ୱାସ ବାଲ୍ୟ ବିବାହକୁ ବଢ଼ାଉଛି। ଗ୍ରାମାଞ୍ଚଳ ଏରିଆଗୁଡ଼ିକ ବାରମ୍ବାର ବନ୍ୟାର ସାମ୍ନା କରୁଥିବାରୁ ସେଠାକାର ଲୋକମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହେଇଯାଉଛି। ଏଥିପାଇଁ ସେମାନେ ବାଧ୍ୟ ହୋଇ ଝିଅମାନଙ୍କୁ କମ୍ ବୟସରେ ବାହା କରିଦେଉଛନ୍ତି। ୨୦୪୧ ପର୍ଯ୍ୟନ୍ତ ବାଂଲାଦେଶ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସେଠାକାର ସରକାର କହିଛି।

ଭାରତ

୧. ବାଲ୍ୟ ବିବାହ ସଂଖ୍ୟା ୨୬,୬୧୦,୦୦୦
୨. ୧୮ ବର୍ଷରେ  ବିବାହ କରିଥିବା ଝିଅଙ୍କ ସଂଖ୍ୟା ୪୭ ପ୍ରତିଶତ
୩. ବିବାହ ବୟସ ପୁଅ ୨୧ ଝିଅ ୧୮

ଭାରତରେ ୧୫ ବର୍ଷର ଝିଅଙ୍କ ବିବାହ ସଂଖ୍ୟା ହ୍ରାସ ପାଇଛି। କିନ୍ତୁ ୧୫-୧୮ ମଧ୍ୟରେ ବାଲ୍ୟ ବିବାହ ସଂଖ୍ୟା ବଢିଛି। ଏକ ନୂଆ ଜନଗଣନା ରିପୋର୍ଟରେ ଏହା ଜଣାପଡ଼ିଛି ଯେ ଭାରତ ସହରାଞ୍ଚଳରେ ବାଲ୍ୟ ବିବାହ ସଂଖ୍ୟା ବଢ଼ୁଥିବା ବେଳେ ଗ୍ରାମାଞ୍ଚଳରେ ସଂଖ୍ୟା କମିଛି। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, ଦେଶରେ ୨୧ ପ୍ରତିଶତ ବାଲ୍ୟ ବିବାହ ୭୦ ଜିଲ୍ଲାରେ ହେଉଛି। ଏଥିରେ ମହାରାଷ୍ଟ୍ରର ୧୬ ଜିଲ୍ଲା ରହିଛି। ୨୦୧୧ ପର ଠାରୁ ଏଠାରେ ବାଲ୍ୟ ବିବାହ ସଂଖ୍ୟା ବଢ଼ିଛି। ମହାରାଷ୍ଟ୍ର ଭାରତର ତୃତୀୟ ଧନୀ ରାଜ୍ୟ ହୋଇଥିବା ବେଳେ ଏହାର ଉତ୍ତର ପୂର୍ବରେ ଥିବା ଭଣ୍ଡାରା ଜିଲ୍ଲାରେ ବାଲ୍ୟ ବିବାହ ସଂଖ୍ୟା ୫ ଗୁଣରୁ ଅଧିକ ବୃଦ୍ଧି ହୋଇଛି।

ସେହିପରି ଭାରତର ନବମ ଗରିବ ରାଜ୍ୟ ରାଜସ୍ଥାନରେ ଅନ୍ୟ ରାଜ୍ୟ ତୁଳନାରେ ୧୦-୧୭ ବର୍ଷର ଝିଅ ଓ ୧୦-୨୦ ବର୍ଷର ଝିଙ୍କ ବିବାହ କରିଦିଆ ଯାଇଥାଏ। ଭାରତରେ ରାଜସ୍ଥାନରେ ସର୍ବାଧିକ ୧୦-୧୭ ବର୍ଷରେ ୮.୩ ପ୍ରତିଶତ ଝିଅ ଓ ୧୦ରୁ ୨୦ ବର୍ଷର ୮.୬ ପ୍ରତିଶତ ଝିଅଙ୍କର ବିବାହ କରିଦିଆଯାଉଛି।

Leave A Reply

Your email address will not be published.