Latest Odisha News

ନାବାଳିକାକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ୧୧ ବର୍ଷ ର ନାବାଳିକା କୁ ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତ ଙ୍କୁ ୨୦ ବର୍ଷ ର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ର ପୋକ୍ସୋ ସ୍ବତନ୍ତ୍ର କୋର୍ଟ । ୨୦୨୦ ମସିହା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ମୋହନ ଭୂୟାଁ ଏକ ବିଦ୍ୟାଳୟ ପରିସରରେ ଘରୋଇ ଟିଉସନ କରୁଥିଲେ । ଟିଉସନ ସାରିବା ପରେ ଦୁଇ ଜଣ ଛାତ୍ରୀଙ୍କୁ ଭିନ୍ନ ଭିନ୍ନ ଦିନରେ ଅଟକାଇ ଦୁଷ୍କର୍ମ କରିଥିଲେ । ଏନେଇ ପାଣିକୋଇଲି ଥାନାରେ ଉଭୟ ପୀଡ଼ିତା ଙ୍କ ପରିବାର ବର୍ଗ ପୃଥକ୍ ପୃଥକ୍ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଦଫା ୩୭୬(କ ଖ) ଏବଂ ପୋକସୋ ଧାରା ୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଜି ଗୋଟିଏ ମାମଲା ର ଶୁଣାଣି କରି ଯାଜପୁର ର ଏଡିଜେ ତଥା ପୋକ୍ସୋ ସ୍ବତନ୍ତ୍ର ଅଦାଲତ ୨୪ ଜଣଙ୍କ ସାକ୍ଷ କୁ ଗ୍ରହଣ କରି ଅଭିଯୁକ୍ତ ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଦେଢ଼ ଲକ୍ଷ ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୧୮ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତା ଙ୍କୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ମାନ୍ୟବର ପୋକସୋ ବିଚାରପତି ଅଭିଜିତ ପଲାଇ ଏହି ରାୟ ପ୍ରକାଶ କରିଥିବା ବେଳେ ଏହି ମାମଲା କୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଛନ୍ତି । ଅଭିଯୁକ୍ତ ଙ୍କ ବିରୋଧ ରେ ଆଉ ଏକ ନାବାଳିକା ଦୁଷ୍କର୍ମ ମାମଲା ର ଶୁଣାଣୀ ବାକି ରହିଛି ।

Leave A Reply

Your email address will not be published.