ବୁରହାନପୁର: ମଧ୍ୟପ୍ରଦେଶର ବୁରହାନପୁରର ଏକ ମଜାଦାର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଗୋଟିଏ ୩ ବର୍ଷରୁ ଶିଶୁ ତା ମାଆ ନାମରେ ଥାନାରେ ଅଭିଯୋଗ କରିଛି । ଯାହାର ଭିଡିଓ ସମସ୍ତଙ୍କୁ ମଜା ଲାଗୁଛି । ଘଟଣାଟି ଏହିପରି.. ବୁରହାନପୁର ଥାନାର ଏସଆଇ ପ୍ରିୟଙ୍କାଙ୍କ ନାୟକଙ୍କ ପାଖରେ ବାପାକୁ ଧରି ଗୋଟିଏ ଛୋଟ ପିଲା ପଂହଚିଲା । ସେ ତାର ମାଆ ନାମରେ ଅଭିଯୋଗ କରିବାକୁ ଆସିଥିଲା । ପ୍ରିୟଙ୍କା ପିଲାଟିର ମନ ରଖିବା ପାଇଁ ମିଛି ମିଛିକା ରିପୋର୍ଟ ଲେଖିଥିଲେ ଏବଂ ତାର ଦସ୍ତଖତ ରଖିଥିଲେ । ମାଆ ଯଦି ଆଉ ଥରେ ଏ ଭଳି କରିବେ ତାହାହେଲେ ତାଙ୍କୁ ଜେଲ ପଠାଯିବ ବୋଲି ପ୍ରିୟଙ୍କା କହିଥିଲେ ।
ପିଲାଟି ଅଭିଯୋଗ କରିଥିଲା ଯେ, ମୋ ମାଆ ସବୁବେଳେ କଜ୍ଜ୍ୱଳ ଲଗାଇବା ପାଇଁ ବାଧ୍ୟ କରୁଛି । ମୁଁ ଚକୋଲେଟ ଖାଇଲେ ମାରୁଛି । ଏପରିକି ମୋ ଚକୋଲେଟ ଚୋରୀ କରି ନେଇ ଯାଉଛି ବୋଲି କହିଥିଲା । ବାପାଙ୍କ କହିବା ଅନୁସାରେ ମାଆଠାରୁ ଚକୋଲେଟ ଖାଇବା ନେଇ ଜିଦ କରି ମାଡ ଖାଇଥିଲା । ଅବୁଝା ହେବାରୁ ମୁଁ ତାକୁ ଏଠାକୁ ନେଇ ଆସିଥିଲି । ସେ ମଧ୍ୟ ଥାନାକୁ ଯିବା ପାଇଁ କହିଥିଲା ।
Comments are closed.