ଅହମ୍ମଦାବାଦ: ଏନ୍ଏଚ୍ରେ ଓଲଟିଲା ହାଇୱା । ଚାଲିଗଲା ୪ ଜଣଙ୍କ ଜୀବନ । ଗୁଜରାଟ ଅହମ୍ମଦାବାଦ ବନାସାକାଣ୍ଠାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇୱାରେ ମାଟି ବୋଝେଇ ହୋଇଥିବା ବେଳେ ଭାରସ୍ୟାମ ହରାଇ ହାଇୱାଟି ଶ୍ରମିକଙ୍କ ଉପରେ ପଡିଯାଇଥିଲା । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଗୁଜୁରାଟର ବନାସାକାଣ୍ଠାରେ ଗତକାଲି ରାସ୍ତା କଡରେ ଡ୍ରେନ୍ ନିର୍ମାଣ ପାଇଁ ମାଟି ବୋଝେଇ ହାଇୱା ଆସିଥିବା ବେଳେ ହଠାତ୍ ଭାରସ୍ୟାମ ହରାଇ ହାଇୱାଟି ଓଲଟି ପଡିଥିଲା । ଫଳରେ ହାଇୱା ତଳେ ଚାପି ହୋଇଯାଇଥିଲେ ୪ ଜଣ ଶ୍ରମିକ । ଘଟଣାସ୍ଥଳରେ ୪ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ଶିଶୁ ଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।
Comments are closed.