Latest Odisha News

BREAKING NEWS

ପହଞ୍ଚୁନି ପୃଷ୍ଟିକର ଖାଦ୍ୟ, ଅପପୃଷ୍ଟିର ଶିକାର ଅଧିକାଂଶ ଶିଶୁ

କେନ୍ଦୁଝର: ଖଣି ଖାଦାନଭରା ଅଞ୍ଚଳରେ ଅପପୃଷ୍ଟିର ଶିକାର ଶିଶୁ। ଏହିଭଳି ଦାରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ। ସରକାର ଆଦିବାସୀ ବହୁଳ ଅଞ୍ଚଳରେ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ବହୁ ଯୋଜନା କରୁଛନ୍ତି। ମାତ୍ର ତାହା କେବଳ କାଗଜ କଲମରେ ସୀମିତ। ଯାହା ଜିଲ୍ଲାର ଏହି ରିପୋର୍ଟକୁ ଦେଖିଲେ ସ୍ପଷ୍ଟ ଅନୁମେୟ କରିହେଉଛି।

ଜିଲ୍ଲାର ୧୪ଟି ଆଇସିଡ଼ିଏସ୍ ପ୍ରୋଜେକ୍ଟ ଅଞ୍ଚଳରେ ୧ଲକ୍ଷ ୭୮ ହଜାର ୪୯୦ଜଣ ୫ବର୍ଷରୁ କମ୍ ଶିଶୁ ରହିଛନ୍ତି। ଏହି ମଧ୍ୟରୁ ୧ଲକ୍ଷ ୫୦ହଜାର ୧୩୨ଜଣ ଶିଶୁ ସୁସ୍ଥ ଅଛନ୍ତି।୨୨ହଜାର ୩୩୬ଜଣ ଶିଶୁଙ୍କ ଶାରିରୀକ ଅଭିବୃଦ୍ଧି ମଧ୍ୟମ ଧରଣର ଏବଂ ୧୧୧୯ଜଣ ଶିଶୁଙ୍କ ଓଜନ ବୟସ ତୁଳନାରେ କମ୍। ତଥ୍ୟ କହୁଛି, କୁବେର ପୁରି କୁହାଯାଇଥିବା ଯୋଡ଼ା ବ୍ଲକରେ ଜିଲ୍ଲାର ସବୁଠାରୁ ଅଧିକ ଶିଶୁ ଏହାର ଶିକାର ହୋଇଛନ୍ତି। କେନ୍ଦୁଝରର ବାଂଶପାଳ ବ୍ଲକ ଏବଂ ସଦର ବ୍ଲକ ମହାଦେଇଯୋଡ଼ାର ସଲରାଫେଣ୍ଠ ଓ ବରଦାପାଳ ପଞ୍ଚାୟତର ତଳକମ୍ପଦିହି ରୁଗୁଡ଼ି ସାହିରେ ଅଧିକ ଅପପୃଷ୍ଟି ଶିଶୁ ରହିଛନ୍ତି।

ଜିଲ୍ଲା ପ୍ରଶାସନ ତରଫରୁ ପୃଷ୍ଟିକର ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଅଙ୍ଗନୱାଡ଼ି ସବୁ ସ୍ଥାନରେ ନଥିବାରୁ ଶିଶୁଙ୍କ ନିକଟରେ ତାହା ପହଞ୍ଚିପାରୁନି। ଏପଟେ ସଠିକଭାବେ ତଦାରଖ ନହେବାରୁ ବାଟମାରଣା ହେଉଥିବା ଅଭିଯୋଗ କରିଛନ୍ତି ବିଧାୟକ ମୋହନ ମାଝି। ଅନ୍ୟପଟେ ସବୁକିଛି ଠିକ୍ ଚାଲିଛି ବୋଲି ସଫେଇ ଦେଇଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର।

Leave A Reply

Your email address will not be published.