Latest Odisha News

BREAKING NEWS

ଶିଶୁ କିଶୋର ପତ୍ରିକା ‘ଶିଶୁଲେଖା’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନର ୧୬ତମ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଷ୍ଠାନ ପକ୍ଷରୁ ଏକ ଆଲୋଚନା ସଭା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ହୋଇଯାଇଛି।

ଏହି ଅବସରରେ ପୂର୍ବରୁ ଅନେକ ଲୋକପ୍ରିୟତା ସାଉଁଟିଥିବା ଶିଶୁ କିଶୋର ପତ୍ରିକା  ‘ଶିଶୁଲେଖା’ ପୁନଃ ପ୍ରକାଶିତ ହୋଇ, ଉନ୍ମୋଚିତ ହୋଇଯାଇଛି ।

ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଡକ୍ଟର ବିଷ୍ଣୁପଦ ସେଠୀ ଯୋଗଦେଇ ଶିଶୁଲେଖା ପତ୍ରିକାର ପୁନଃ ପ୍ରକାଶନ ଦ୍ୱାରା ପିଲାଙ୍କ ଶୈଶବକୁ ଠିକ ମାର୍ଗରେ ଚାଲିବା ପାଇଁ ଏହା ପ୍ରେରଣା ଦେବ ବୋଲି ମତ ପ୍ରକାଶ କରିଥିଲେ । ଏହି ସମାରୋହରେ ବିଶିଷ୍ଟ କବି ଡ. ରବିନାରାୟଣ ସେନାପତି , ବିଶିଷ୍ଟ ଭାଷାବିତ ଡ. ଅରବିନ୍ଦ ପଟ୍ଟନାୟକ ଓ ଅତିରିକ୍ତ ଶାସନ ସଚିବ ଅରିନ୍ଦମ ଡାକୁଆ ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାଗ୍ୟଲିପି ମଲ୍ଲ ପରିଚାଳନା କରିଥିବା ବେଳେ ପରିଶେଷରେ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.