ଲକ୍ଷ୍ନୈା: ଲକ୍ଷ୍ନୈାର ଜାନକିପୁରମ ଆବାସିକ ଅଞ୍ଚଳରେ ଏକ ଶିଶୁ ଉଦ୍ୟାନକୁ ଶ୍ମଶାନ ଭାବରେ ବ୍ୟବହାର କରାଯାଉଛି । ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏହି ପାର୍କ ନିକଟରେ ରହୁଥିବା ଲୋକମାନେ ଦାବି କରିଛନ୍ତି ଯେ ନିକଟସ୍ଥ ପାହଡପୁର ଅଞ୍ଚଳର ଲୋକମାନେ ସେଠାରେ ମୃତଦେହ ପୋଡିଥାନ୍ତି। ଏଥିଯୋଗୁ ଶବ ଦାହ ପରେ ବାଉଁଶ କୋକେଇ, ହାଣ୍ଡି, ଫୁଲ ଏବଂ ପାଉଁଶ ପାର୍କରେ ଅନେକ ଦିନ ଯାଏ ପଡି ରହୁଛି । ଯଦି ଏକ ସପ୍ତାହ ମଧ୍ୟରେ ଏହାର ସମାଧାନ ନହୁଏ ତେବେ ସ୍ଥାନୀୟ ଲୋକ ଆନ୍ଦୋଳନ କରିବାକୁ ପୈାରସଂସ୍ଥା ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଯେ ସେମାନଙ୍କୁ ୨୦ ବର୍ଷ ପୂର୍ବେ ଏକ ଯୋଜନା ଅନୁସାରେ ଘର ବଣ୍ଟନ କରାଯାଇଥିଲା ଏବଂ ପାର୍କ ଜମି ପାଇଁ ୧୦ ପ୍ରତିଶତ ଅତିରିକ୍ତ ଟଙ୍କା ନିଆଯାଇଥିଲା।
ସ୍ଥାନୀୟ ବାସିନ୍ଦା ଅନୁରାଗ ତିୱାରୀ କହିଛନ୍ତି ଯେ ମିର୍ଜାପୁର ଗ୍ରାମ ନିକଟରେ ୧-୨ କିଲୋମିଟର ଦୂରରେ ଆଉ ଏକ ଭୂମି ଥାଇ ମଧ୍ୟ ଏଠାରେ ମୃତଦେହ ଦାହ କରାଯାଉଛି । ବିରୋଧ କଲେ, ଅନ୍ୟଗୋଷ୍ଠୀର ଲୋକେ ହତ୍ୟା ଧମକ ଦେଉଛନ୍ତି । ଜୁଇର ଧୂଆଁ ସିଧାସଳଖ ଆମ ଘରେ ପଶୁଛି । କେବଳ ଏତିକି ନୁହେଁ, ମୋ ପତ୍ନୀ ଓ ପିଲାମାନେ ତାଙ୍କ ମାମୁଁ ଘରକୁ ଯାଇଛନ୍ତି । ସେମାନେ ଏଠାରେ ରହିବାକୁ ଡରୁଛନ୍ତି। ବର୍ତ୍ତମାନ ମୋର ନିଜ ଘର ଥିବା ସତ୍ତ୍ୱେ ମୁଁ ଅନ୍ୟ ଜାଗାରେ ଭଡା ନେଇ ରହିବାକୁ ଚିନ୍ତା କରୁଛି ।
ଲକ୍ଷ୍ନୈାର ବିକାଶ ପ୍ରାଧିକରଣ(LDA) କହିଛନ୍ତି ଯେ ଏହି ଅଞ୍ଚଳରେ ଉଭୟ ପାର୍କ ଏବଂ ଶବଦାହ ଭିନ୍ନ ଭିନ୍ନ ସ୍ଥାନ ନିରୂପଣ କରାଯାଇଛି । ଯେଉଁମାନେ ଏହି ସ୍ଥାନକୁ ଶବଦାହ ସ୍ଥାନ ଭାବରେ ବ୍ୟବହାର କରନ୍ତି ସେମାନେ କୁହନ୍ତି ଯେ ସେମାନେ ଦୀର୍ଘ ଦିନ ଧରି ଏହି କ୍ଷେତ୍ର ବ୍ୟବହାର କରିଆସୁଛନ୍ତି । ବର୍ତ୍ତମାନ ଲକ୍ଷ୍ନୈାରେ ତିନୋଟି ଶ୍ମଶାନ ରହିଛି । ଗୁଲାଲ ଘାଟ, ବୈକୁଣ୍ଠ ଧାମ ଏବଂ ଆଲମବାଗ ନହରିଆ, ଯାହାକି ଲକ୍ଷ୍ନୈା ମ୍ୟୁନିସିପାଲ କର୍ପୋରେସନ ଦ୍ୱାରା ପରିଚାଳିତ ।
କୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ
ଆମେ ଆପଣଙ୍କୁ କହି ରଖିବୁ, ୨୦୨୨ ମସିହାରେ, ଜଣେ ସ୍ଥାନୀୟ ବାସିନ୍ଦା ବ୍ରିଜେଶ ଗୁପ୍ତା ଏକ ମାମଲା ଦାଖଲ କରିଥିଲେ, ଯେଉଁଥିରେ ‘ଶ୍ମଶାନ’କୁ ଜାନକୀପୁରକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଥିଲା। ଏହି ଆବେଦନ ପରେ ଆହ୍ଲାବାଦ ହାଇକୋର୍ଟ ଜାନୁୟାରୀ ୩୧,୨୦୨୨ରେ ଲକ୍ଷ୍ନୈାବିକାଶ ପ୍ରାଧିକରଣ (LDA) ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କୁ ‘ଶ୍ମଶାନ ‘କୁ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବିଚାର କରିବାକୁ କହିଥିଲେ।
Comments are closed.