ମୁଙ୍ଗେଲି: ଛତିଶଗଡ଼ର ମୁଙ୍ଗେଲି ସାରଗାଓଁ ଥାନା ଅଞ୍ଚଳରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ କୁସୁମ ପ୍ଲାଣ୍ଟରେ ଏକ ଚିମନି ଭୁଶୁଡ଼ି ପଡ଼ିବାରୁ ୨୫ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଛନ୍ତି।
ତେବେ ଏହି ଘଟଣାରେ ୮ ରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି କାରଖାନାରେ ଲୁହା ପାଇପ୍ ତିଆରି କରାଯାଉଥିଲା। ଖବର ପାଇ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି।
ଅପରପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଯେ ମୁଙ୍ଗେଲି ଜିଲ୍ଲାରେ ଏକ ଇସ୍ପାତ କାରଖାନାର ଚିମିନି ଭୁଶୁଡ଼ି ପଡ଼ିବା ଯୋଗୁଁ ବହୁ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଭଗବାନ ମୃତକଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ।