Latest Odisha News

BREAKING NEWS

ବରଫ ପଡୁଥିବା ପାହଡରେ ହଜିଗଲେ, ଟୁଥପେଷ୍ଟ ଖାଇ ବଂଚିଥିଲେ

ବେଜିଂ: ଚୀନର ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଚୀନର ଉତର ପୂର୍ବାଂଚଳରେ ବରଫ ପଡୁଥିବା ପାହଡରେ ସନ ନାମକ ୧୮ ବର୍ଷରୁ ଯୁବକ ହଜି ଯାଇଥିଲା । ପ୍ରାୟ ୧୦ ଦିନ ଧରି ତାଙ୍କର ଖୋଜ ଖବର ମିଳି ନ ଥିଲା । ଲିୟାଙ୍ଗ ନଦୀର ପାଣି ତାଙ୍କୁ ବଂଚାଇବାରେ ସହାୟ ହୋଇଥିଲା । ଶେଷ ଭାଗରେ ତାଙ୍କ ନିକଟରେ କିଛି ଖାଦ୍ୟ ନ ଥିବାରୁ ସେ ଟୁଥପେଷ୍ଟ ଖାଇ ଜୀବନ ବଂଚାଇଥିଲେ । କ୍ୱିନଲିଙ୍ଗ ପାହଡ ଚଢ଼ି ସେ ତାଙ୍କ ରୋମାଂଚକ ଅଭିଯାନ ଆରମ୍ଭ କରିଥିଲେ । ହଠାତ ସେ ପଡି ଯାଇଥିଲେ । ତାଙ୍କ ଡାହଣ ହାଥ ଭାଙ୍ଗି ଯାଇଥିଲା । ବରଫ ପବନରୁ ବଂଚିବା ପାଇଁ ସେ ଏକ ବଡ ପଥର ପଛପଟେ ରହିଥିଲେ । ଶୁଖିଲା ପତ୍ର ଓ ଘାସ ମାଧ୍ୟମରେ ସେ ଏକ ଅସ୍ଥାୟୀ ଶୋଇବା ସ୍ଥାନ ପ୍ରସ୍ତୁତ କରିଥିଲେ ।

ସନଙ୍କ ସମସ୍ତ ଇଲେକ୍ଟ୍ରୋନିକ ଡିଭାଇସର ଚାର୍ଜ ସରି ଯାଇଥିଲା । ସେ ଘର ଲୋକଙ୍କ ସହ ଯୋଗାଯୋଗ ମଧ୍ୟ କରିପାରି ନ ଥିଲେ । ୧୦ ଦିନ ପରେ ପରିବାର ଲୋକ ସ୍ଥାନୀୟ ସର୍ଚ୍ଚ ଓ ରେସକ୍ୟୁ ଟିମକୁ ବଂଚାଇବା ପାଇଁ ଅନୁରୋଧ କରିଥିଲେ । ରେସକ୍ୟୁ ଟିମ ପାହଡ ଉପରେ ନିଆଁ ଲଗାଇଥିଲେ । ଧୂଆଁ ଦେଇ ସେ ଚିତ୍କାର କରିଥିଲେ ଏବଂ ତାଙ୍କୁ ବଂଚାଇବା ସମ୍ଭବପର ହୋଇଥିଲା । ୨୦୧୮ ପରଠାରୁ ଏହି ରୁଟ ଯିବା ଉପରେ ପ୍ରତିବନ୍ଧ ଲଗା ଯାଇଥିଲେ ମଧ୍ୟ ରୋମାଂଚପ୍ରିୟ ବ୍ୟକ୍ତିମାନେ ଲୁଚି ଛପି ଏହି ଅଭିଯାନରେ ସାମିଲ ହେଉଛନ୍ତି ।

Comments are closed.