Latest Odisha News

BREAKING NEWS

ମୁଣ୍ଡ ନୁଆଁଇଲା ଚୀନ, ମାସୁଦ ଆଝାର ଘୋଷିତ ହେଲା ଆନ୍ତର୍ଜାତିକ ଆତଙ୍କବାଦୀ

ନୂଆଦିଲ୍ଲୀ: ଭାରତର ଏକ ବିରାଟ କୂଟନୈତିକ ବିଜୟ ହାସଲ ହୋଇଛି । ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ମିଳିଛି ଏମ ବଡ଼ ସଫଳତା । ପୁଲୱାମା ମାଷ୍ଟର ମାଇଣ୍ଡ ମାସୁଦ ଆଝାର ବୁଧବାର ଦିନ ଆନ୍ତର୍ଜାତିକ ଆନ୍ତଙ୍କବାଦୀ ରୂପେ ଘୋଷିତ ହୋଇଛି ।

ପାକିସ୍ତାନରେ ରହି ବର୍ବରୋଚିତ ଆକ୍ରମଣ କରୁଥିବା ମାସୁଦ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ରୂପେ ଘୋଷଣା କରିବାକୁ ଭାରତ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲା । ଭାରତ ଜାତିସଂଘରେ ଏହି ଦାବି ଉଠାଇ ଆସୁଥିଲେ ମଧ୍ୟ ଚୀନର ହସ୍ତକ୍ଷେପ ଯୋଗୁଁ ଏହା ପ୍ରତିବନ୍ଧକ ସାଜିଥିଲା । ତେବେ ଏଥର ଭାରତର ଏହି ଦାବିକୁ ସମର୍ଥନ କରିବା ସହିତ ଏହି ପ୍ରସ୍ତାବକୁ ସୁପାରିଶ କରିବାରେ ଚୀନ ସାହାଯ୍ୟ କରିଛି । ଅନେକ ଦିନଧରି ଚୀନ ଏକପ୍ରକାର ଏହି ଘଟଣାରେ ମାସୁଦକୁ ସୁରକ୍ଷା ପ୍ରଦାନ କରିଆସୁଥିଲା କହିଲେ ଚଳେ ।

ପାକିସ୍ତାନରେ ବସବାସ କରୁଥିବା ଏହି ଆତଙ୍କବାଦୀ ମାସୁଦ ଜୈଶ-ଇ-ମହମ୍ମଦ ନାମକ ଏକ ଆତଙ୍କବାଦୀ ସଂଗଠନ ପରିଚାଳନା କରି ଭାରତ ଉପରେ ଅନେକ ଆକ୍ରମଣ କରିଆସୁଥିଲା । ପୁଲୱାମାଠାରେ ଏହି ସଂଗଠନ ପକ୍ଷରୁ ଆତଙ୍କୀ ହମଲା କରାଯିବା ଫଳରେ ୪୦ରୁ ଅଧିକ ଭାରତୀୟ ସିଆରପିଏଫ ଯବାନଙ୍କ ପ୍ରାଣହାନୀ ଘଟିଥିଲା ।

ମାସୁଦ ଆଝାର ଏବେ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା ହେବାପରେ ବିଭିନ୍ନ ସ୍ଥାନକୁ ଯିବାରେ ତାହା ପ୍ରତି କଟକଣା ଲାଗୁ ହେବ । ତାର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ।

Leave A Reply

Your email address will not be published.