Latest Odisha News

BREAKING NEWS

ଅଣାୟତ୍ତ କରୋନା: ଚୀନରେ ନେଲାଣି ୧୩୦୦ ମୁଣ୍ଡ

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଦିନକୁ ଦିନ ଏହା ଅଣାୟତ୍ତ ହେବାରେ ଲାଗିଛି । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏହି ମାରାତ୍ମକ ଭାଇରସ ଚୀନରେ ନେଲାଣି ୧୩୦୦ ମୁଣ୍ଡ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫ ହଜାର ଜଣ ବ୍ୟକ୍ତି ନୂଆ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି ।

ଚୀନର ଶିକ୍ଷା ମନ୍ତ୍ରୀ ଦେଇଥିବା ସୁଚନା ଅନୁଯାୟୀ, ଚୀନର ସମସ୍ତ ବିଦ୍ୟାଳୟକୁ ୧ ମାସ ଯାଏଁ ଛୁଟି ଘୋଷଣା କରାଯାଇଛି ।

ଚୀନର ରାଷ୍ଟ୍ରପତି ଦେଇଥିବା ସୁଚନା ଅନୁସାରେ, ଏହି ମାରାତ୍ମକ ଭାଇରସର ମୁକବିଲ ପାଇଁ ୨୦, ୦୦୦ ଡାକ୍ତରୀ ଦଳ ଚେଷ୍ଟା ଜାରି ରଖିଛନ୍ତି ।

ବର୍ତ୍ତମାନ ସମୟରେ ଚୀନ ମାର୍କେଟରେ ଜୀବଜନ୍ତୁ ବ୍ୟାପାର ଉପରେ ରୋକ୍ ମଧ୍ୟ ଲଗାଯାଇଛି ।

ହୁବେଇ ସହର କରୋନାଭାଇରସର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି ।

Leave A Reply

Your email address will not be published.