Latest Odisha News

ମଣିଷ ମସ୍ତିଷ୍କ ସହ ଚୀନ ପ୍ରସ୍ତୁତ କଲା ଏଆଇ ରୋବୋଟ, ଚିନ୍ତାରେ ଦୁନିଆ

ବେଜିଂ: ଏଆଇ ରୋବୋଟ ନେଇ ପୂର୍ବରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଚୀନ ଏ ସବୁକୁ ବେଖାତିର କରି ମାନବ ମସ୍ତିଷ୍କକୁ ନେଇ ଏକ ଏଆଇ ରୋବୋଟ ପ୍ରସ୍ତୁତି କରିଛି । ଯାହାକି ସାରା ଦୁନିଆ ପାଇଁ ଚିନ୍ତାର କାରଣ ସାଜିଛି । ତିଆନଜିନ ବିଶ୍ୱବିଦ୍ୟାଳୟର ଗବେଷକମାନେ ସ୍ୱତନ୍ତ୍ର ଭାବେ ହ୍ୟୁମାନାଇଡ ରୋବୋଟ ବିକସିତ କରିଛନ୍ତି । ଏହା ମାନବର କୋଶିକାକୁ ନେଇ କାର୍ଯ୍ୟକ୍ଷମ ହୋଇଥାଏ । ପ୍ରଥମ ନଜରରେ ଏହା ଏକ ସାଇନ୍ସ ଫିକ୍ସନ ଫିଲ୍ମ ପରି ଅନୂଭୂତ ହେଉଥିଲେ ମଧ୍ୟ ଏହାର ସତ୍ୟତା ସମସ୍ତଙ୍କୁ ଚକିତ କରିଥିଲା । ଏହି ନୂତନ ରୋବୋଟକୁ ବ୍ରେନ ଅନ ଚିପ ରୂପରେ ପ୍ରସ୍ତୁତ କରାଯାଇଛି ।

ଯାହାକି ଆମର ଷ୍ଟେମ କୋଶିକାକୁ ଏକ ଇଲେକ୍ଟ୍ରୋଡ ମାଧ୍ୟମରେ କମ୍ପ୍ୟୁଟର ଚିପ ସହାୟତାରେ ଇଂଟିଗ୍ରେଟ କରାଯାଇଛି । ଏହା ଦ୍ୱାରା ରୋବୋଟ ମନୁଷ୍ୟ ପରି ସମସ୍ତ କାର୍ଯ୍ୟ କରିପାରିବ । ଏହି ରୋବୋଟ ଆଗାମୀ ଦିନରେ ମନୁଷ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଯେ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରହିବ ସବୁ କିଛି ଠିକ । ଥରେ ଯଦି ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବ ସମ୍ଭାଳିବା କଷ୍ଟକର ହୋଇ ପଡିବ । ଏପରିକି ଖରାପ ଓ ବେନିୟମ କାର୍ଯ୍ୟରେ ମଧ୍ୟ ଏହି ରୋବୋଟକୁ ବ୍ୟବହାର କରାଯାଇପାରେ ।

Leave A Reply

Your email address will not be published.