ବେଜିଂ: ଦିନକୁ ଦିନ ନୂଆ ନୂଅ କାରନାମା କରିବାରେ ଚୀନ ସିଦ୍ଧହସ୍ତ ହେବାରେ ଲାଗିଛି । ନିକଟରେ ଚୀନର ରୋବୋଟିକ୍ସ କମ୍ପାନୀ ଡୋବୋଟ ଦୁନିଆକୁ ଆଶ୍ଚର୍ଯ୍ୟଚକିତ କରି ୧୩ କୋଟି ବର୍ଷ ତଳର ଡେଣା ଥିବା ଡାଇନୋସରକୁ ସମ୍ମୁଖକୁ ଆଣିଛି । ଏହା ଚାଲିବା ସହ ନିଶ୍ୱାସ ପ୍ରଶ୍ୱାସ ମଧ୍ୟ ନେଉଛି । ରୋବୋଟ ପର୍ଯ୍ୟଟନ ଓ ଶିକ୍ଷା କ୍ଷେତ୍ରରେ ଏହାକୁ ବ୍ୟବହାର କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି । କମ୍ପାନୀ କହିଛି ଖୁବଶୀଘ୍ର ରୋବୋଟ ମ୍ୟୁଜିୟମ, ଥିମ ପାର୍କ ଓ କ୍ଲାସରୁମରେ ପିଲାମାନେ କିପରି ଲୋପ ପାଇ ଯାଇଥିବା ଜୀବ ଜନ୍ତୁଙ୍କ ବିଷୟରେ ଜାଣିବେ ତାହା ମୂଖ୍ୟ ଉଦ୍ଦେଶ୍ୟ ।
ଚୀନ ୨୦୨୪ରେ ୫.୫୬ ଲକ୍ଷ ଇଣ୍ଡଷ୍ଟ୍ରିଆଲ ରୋବାଟ୍ସ ଓ ୧.୦୫ କୋଟି ସର୍ଭିସ ୟୁନିଟ୍ସ ପ୍ରସ୍ତୁତ କରି ରେକର୍ଡ କରିଛି । ଦିନକୁ ଦିନ ରୋବଟଗୁଡିକୁ ମଣିଷ ପରି କରିବା ପାଇଁ କମ୍ପାନୀ ଉଦ୍ୟମ କରୁଛି । ପର୍ଯ୍ୟଟକମାନେ ଏଥିନେଇ ଚୀନ ପ୍ରତି ଆକୃଷ୍ଟ ହେଉଛନ୍ତି । କମ୍ପାନୀଗୁଡିକ ମଧ୍ୟ ଏଥିନେଇ କୋଟି କୋଟି ଟଙ୍କା ବ୍ୟୟ କରିବାକୁ ପ୍ରସ୍ତୁତ ଅଛନ୍ତି । ସରକାର ମଧ୍ୟ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେଉଛି ।
Comments are closed.