ନୂଆଦିଲ୍ଲୀ: ଭାରତ ବିରୋଧରେ ଡବ୍ଲୁଟିଓର ଦ୍ବାରସ୍ଥ ହେଲା ଚୀନ। ଭାରତୀୟ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ଉତ୍ପାଦ ଉପରେ ଲାଗୁ ହୋଇଥିବା ଶୁଳ୍କ ଏବଂ ସୌର କ୍ଷେତ୍ରରେ ପ୍ରଦାନ କରାଯାଇଥିବା ସବସିଡି ସମ୍ପର୍କରେ ଭାରତ ସହିତ ଆଲୋଚନା କରିବାକୁ ଶୁକ୍ରବାର ଦିନ ଚୀନ୍ ଡବ୍ଲୁଟିଓକୁ ଅନୁରୋଧ କରିଥିଲା।
ତେବେ ଭାରତର ଏହି କାର୍ଯ୍ୟଗୁଡ଼ିକ ଜାତୀୟ ବ୍ୟବହାର ନୀତି ସମେତ ଅନେକ ଡବ୍ଲୁଟିଓ ନିୟମ ଉଲ୍ଲଂଘନ କରୁଥିବା ନେଇ ଚୀନ୍ ବାଣିଜ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଏଥିସହିତ ଏହି ପଦକ୍ଷେପଗୁଡ଼ିକ ବେଆଇନ ଭାବରେ ଭାରତର ଘରୋଇ ଶିଳ୍ପଗୁଡ଼ିକୁ ଲାଭ ପହଞ୍ଚାଉଛି ଏବଂ ଚୀନ୍ର ଆର୍ଥିକ ସ୍ୱାର୍ଥକୁ ଏହା କ୍ଷତି ପହଞ୍ଚାଉଥିବା ନେଇ ଅଭିଯୋଗ ହୋଇଛି।
ତେବେ ୨୦୨୫ ପରଠାରୁ ଭାରତ ବିରୁଦ୍ଧରେ ଚୀନ ଦ୍ୱିତୀୟ ଥର ପାଇଁ ଡବ୍ଲୁଟିଓ ଆବେଦନ କରିଛି। ଏହା ପୂର୍ବରୁ ଅକ୍ଟୋବରରେ ଚୀନ୍ ବୈଦ୍ୟୁତିକ ଯାନ (EV) ଏବଂ ବ୍ୟାଟେରୀ କ୍ଷେତ୍ରରେ ଭାରତର ସବସିଡି ବିରୁଦ୍ଧରେ ସମାନ ଆବେଦନ ଦାଖଲ କରିଥିଲା। ଚୀନ୍ ଦର୍ଶାଇଥିଲା ଯେ ଭାରତର ସବସିଡି ଚୀନ୍ ବଜାରର ସ୍ୱାର୍ଥକୁ କ୍ଷତି ପହଞ୍ଚାଉଛି ଏବଂ ଏହାର ସମାଧାନ ପାଇଁ ଚୀନ ଡବ୍ଲୁଟିଓର ପରାମର୍ଶ ମଧ୍ୟ ଲୋଡ଼ିଥିଲା।
Comments are closed.