Latest Odisha News

BREAKING NEWS

ସହାୟତାର ହାତ ବଢାଇଲା ଚୀନ; ଭାରତକୁ ଦେଲା ୬୫୦,୦୦୦ ମେଡିକାଲ କିଟ୍

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଗୁରୁବାର ଦିନ ଏହା ୧୨,୩୮୦କୁ ଛୁଇଁଛି।

ଯାହାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଦେଶରେ ରାପିଡ୍ ଟେଷ୍ଟ, ପିପିଆଇ କିଟ୍‌ର ଅଭାବ ଥିବାରୁ ଚୀନ ସାହାଯ୍ୟର ହାତ ବଢାଇଛି ।

ଏନେଇ ଏକ ନ୍ୟୁଜ ଏଜେନ୍ସି ରିପୋର୍ଟରୁ ଜଣାପଡିଛି।

 

ଏପରିକି ଚୀନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମେସରୀଙ୍କ ସୂଚନା ଅନୁସାରେ, ରାପିଡ୍ ଆଣ୍ଡିବଡି ଟେଷ୍ଟ ଓ ଆରଏନଏ ଏକ୍ସଟ୍ରିକେସନ କିଟ୍ ସହିତ ୬୫୦,୦୦୦ କିଟ୍ ଆଜି ଗୁଆନଞ୍ଜାଉ ଏୟାରପୋର୍ଟରୁ ଭାରତ ପାଇଁ ବାହାରିଛି ।

ଉଲ୍ଲେଖଯୋଗ୍ୟ, ଭାରତରେ ଏଯାବତ ୧୦,୪୭୭ଟି ସକ୍ରୀୟ କରୋନା ମାମଲା ରହିଥିବା ବେଳେ ପାଖାପାଖି ୪୧୪ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୧୪୮୯ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି।

 

Comments are closed.