Latest Odisha News

BREAKING NEWS

ଚୀନର ଆଉ ଏକ ଆଣବିକ ମିସାଇଲ ବେସ ଠାବ କଲା ଏଫଏଏସ

ୱାଶିଂଟନ: ଫେଡେରେଶନ ଅଫ ଆମେରିକାନ ସାଇଂଟିଷ୍ଟ (ଏଫଏଏସ) ଚୀନର ଏକ ନ୍ୟୁକ୍ଲିୟର ମିସାଇଲ ବେସ ଠାବ କରିବାରେ ସଫଳ ହୋଇଛି । ସୁପର ପାୱାର ହେବା ଲକ୍ଷ୍ୟରେ ଚୀନ ଆଣବିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ଲାଗିଛି । ଚୀନର ପୂର୍ବ ସିଜିଆଙ୍ଗ ପ୍ରଦେଶର ହାମିଠାରେ ଉପଗ୍ରହ ଫଟୋ ମାଧ୍ୟମରେ ଏହି କ୍ଷେପଣାସ୍ତ୍ର ଘାଟିର ସନ୍ଧାନ ମିଳିଛି । ଏଫଏଏସର ଗବେଷକ ମାଟ କୋର୍ଡାଙ୍କ ମତରେ ୧୧୦ଟି ସାଇଲୋ (ଭୂତଳ ଚାମ୍ବର) ରହିଛି । ଏହି ସ୍ଥାନରୁ ସିଧାସଳଖ ମିସାଇଲ ଛଡା ଯାଇପାରିବ ।

ଚୀନ ସୁପର ପାୱାର ହେବା ଲକ୍ଷ୍ୟରେ ପରୋକ୍ଷରେ ସମଗ୍ର ବିଶ୍ୱକୁ ଏକ ବଡ ଯୁଦ୍ଧ ଆଡେ ମୁହାଁଉଛି ବୋଲି ସେ କହିଛନ୍ତି । ଏବେ ଅତ୍ୟାଧୁନିକ ଦେଶଗୁଡିକ ପଖରେ ବହୁ ମାରାତ୍ମକ ଅସ୍ତ୍ରଶସ୍ତ୍ର ରହିଛି । ଯଦି ବି ଯୁଦ୍ଧ ହୁଏ ତାହା ହେଲେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହେବ ବୋଲି ସମୀକ୍ଷକମାନେ କହିଛନ୍ତି । କିଛି ଦିନ ତଳେ ଲଦାଖ ଏବଂ ଭାରତ ସୀମା ନିକଟରେ ଚୀନ ସୈନ୍ୟ ସଂଖ୍ୟା ବୃଦ୍ଧି କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.