Latest Odisha News

ନାନୋ-ଭ୍ୟାକସିନ: ନୂତନ କରୋନା ଟୀକା ବାହାରକାଲା ଉହାନ୍ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ବିଗତ ଦିନରେ ଆମେମାନେ କରୋନା ଭାଇରସର ଆତଙ୍କ ଦେଖିଛୁ l ବିଗତ କିଛି ବର୍ଷରେ ଏହି ଭାଇରସ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି l ଏପରିକି ଏହି ଭାଇରସରେ ଆକ୍ରାନ୍ତ ହୋଇ ଅନେକ ଲୋକ ନିଜର ଅଙ୍ଗ ମଧ୍ୟ ହରେଇଛନ୍ତି l ମୃତ ବ୍ୟକ୍ତିଙ୍କୁ ଛାଡିଲେ ଜୀବିତ ଲୋକଙ୍କୁ ବି ଏହି କରୋନା ନାହିଁ ନଥିବା କଷ୍ଟ ଦେଇଛି l ବିଶ୍ୱ ଅର୍ଥନୀତି ଠୁ ଆରମ୍ଭ କରି ସବୁ କ୍ଷେତ୍ରରେ କେବଳ କ୍ଷତି ହିଁ ସହିଛି l ତେବେ ଆଜି ମଧ୍ୟ ବିଶ୍ୱରୁ ସମ୍ପୂର୍ଣ ଭାବରେ କରୋନା ଶେଷ ହୋଇନାହିଁ l ପ୍ରତି ଥର କିଛି କିଛି ନୂତନ ରୂପ ନେଇ ପିପୁଣି ଚାଲି ଆସୁଛି ଦୁଆର ମୁହଁକୁ l

ଏହାରି ଭିତରେ ଚୀନର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏକ ନୂତନ ନାନୋ ଭ୍ୟାକସିନ ତିଆରି କରିଛନ୍ତି, ଯାହାକି କୋଭିଡ୍ -୧୯ ର ସମସ୍ତ ପ୍ରମୁଖ ଭାରିଏଣ୍ଟରୁ ରକ୍ଷା କରିପାରିବ। କେବଳ ଏତିକି ନୁହେଁ, ସେଠାର ବୈଜ୍ଞାନିକମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଏହା କରୋନାର ଆଗାମୀ ଲହରରୁ ମଧ୍ୟ ରକ୍ଷା କରିପାରିବ l

ଉହାନ୍ ଇନଷ୍ଟିଚ୍ୟୁଟ୍ ହେଉଛି ସେହି ସ୍ଥାନ ଯେଉଁଠାରୁ କୋଭିଡ୍ -୧୯ ଉତ୍ପନ୍ନ ହୋଇଥିଲା l କୁହାଯାଏ ଯେ ଏହି ଲ୍ୟାବରୁ କରୋନା ଜୀବାଣୁ ସାରା ବିଶ୍ୱକୁ ବ୍ୟାପିଥିଲା। ବର୍ତ୍ତମାନ ଏହି ଲ୍ୟାବ ଦାବି କରିଛି ଯେ, ଏହି ଭ୍ୟାକସିନ କରୋନା ସଂକ୍ରମଣକୁ ରୋକିବାରେ ତଥା ମୃତ୍ୟୁରୁ ରକ୍ଷା କରିବାରେ ସାହାର୍ଯ୍ୟ କରିବ l ରିପୋର୍ଟ ଅନୁଯାୟୀ, ନୂତନ ନାନୋଭ୍ୟାକସିନ୍ ପ୍ରସ୍ତୁତ କରୁଥିବା ଦଳ ଏକ ଇଣ୍ଟ୍ରାନାସାଲ୍ ନାନୋପାର୍ଟିକଲ୍ ଟିକା ସୃଷ୍ଟି କରିଛନ୍ତି, ଯାହା କରୋନାଭାଇରସର ଏପିଟୋପ୍ସ ଏବଂ ରକ୍ତ ପ୍ରୋଟିନ୍ ଫେରିଟିନକୁ ଜୋଡିବ । ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ସେମାନଙ୍କ ନାନୋ-ଟିକା 2020 ରେ ଉହାନରେ ଚିହ୍ନିତ ଡେଲଟା, ଓମିକ୍ରନ୍ ଏବଂ WIV04 ପରି ଅନେକ ଭ୍ୟାରିଏଣ୍ଟରୁ ରକ୍ଷା କରିପାରିବ।

ସୂଚନାଯୋଗ୍ୟ ଯେ, କରୋନା ଭୂତାଣୁକୁ ସର୍ବପ୍ରଥମେ ଚୀନର ଊହାନ ନାମକ ସହରରୁ ଚିହ୍ନିତ ହୋଇଥିଲା । ଯଦିଓ ରୋଗ ସଂକ୍ରମଣର ପ୍ରାଥମିକ କାରକ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ନାହିଁ, ଊହାନର ସାମୁଦ୍ରିକ ଖାଦ୍ୟହାଟରେ କାମ କରୁଥିବା କିଛି ଲୋକ ଏଥିରେ ପ୍ରଥମେ ସଂକ୍ରମିତ ହୋଇଥିଲେ ।

Comments are closed.