Latest Odisha News

BREAKING NEWS

ଚୀନର ବିବାଦୀୟ ମ୍ୟାପକୁ ନେଇ ତେଜିଲା ରାଜନୀତି: ଜମି ହଡପକାରୀକୁ ଆମନ୍ତ୍ରଣ ଭାରତକୁ ଶୋଭା ଦିଶିବ କି ବୋଲି ପ୍ରଶ୍ନ କଲା କଂଗ୍ରେସ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପୂର୍ବରୁ ଚାଇନା ଦେଖାଇଲା ନଖରାମି । ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦର୍ଶାଇ ମ୍ୟାପ ଜାରି କରିବା ପରେ ଭାରତ ଦେଇଛି କଡା ଜବାବ । ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ଥିଲା ଏବଂ ରହିବ । ଚୀନ୍‌ର ଏହି କାର୍ଯ୍ୟକୁ କେବେ  ବରଦାସ୍ତ କରାଯିବ ନାହିଁ। ଚୀନ ହତାଶ ହୋଇ ଏପରି ପ୍ରଚାର କରୁଛି ।

ଜି ୨୦ ସମ୍ମିଳନୀକୁ ଆସିବା ପୂର୍ବରୁ ପୁଣି ଚୀନ-ଭାରତ ସୀମା ବିବାଦ । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଚୀନ ଇତିମଧ୍ୟରେ ନୂଆ ମ୍ୟାପ ଜାରି କରି ଅରୁଣାଚଳ ପ୍ରଦେଶ ଓ ଅକ୍ସାଇକୁ ନିଜର ବୋଲି ଦର୍ଶାଇଛି । ଗତକାଲି ଏହି ମାନଚିତ୍ରକୁ ଜାରି କରିଛି ଚୀନ । ଖାଲି ଅରୁଣାଚଳ ବା ଅକ୍ସାଇ ନୁହେଁ, ତାଇୱାନ, ବିବାଦୀୟ ଦକ୍ଷିଣ ଚୀନ ସାଗରକୁ ମଧ୍ୟ ନିଜର ବୋଲି ଏହି ମ୍ୟାପରେ ଦର୍ଶାଇଛି ।

ଏହି ମ୍ୟାପକୁ ପ୍ରସ୍ତୁତ କରିଛି ଚାଇନାର ପ୍ରାକୃତିକ ସମ୍ପଦ ମନ୍ତ୍ରାଳୟ ଏବଂ  ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଏହି ମ୍ୟାପକୁ ତାର ଟ୍ୱିଟରରେ ସେୟାର କରିଛି । ବିଶ୍ୱର ସୀମା ନିର୍ଦ୍ଧାରଣ ପ୍ରଣାଳୀ ଅନୁସାରେ ଏହାକୁ ପ୍ରସ୍ତୁତ କରାଯାଇଥିବା ଚୀନ କହୁଥିଲେ ହେଁ ଏଥିରେ ଅନେକ ବିବାଦୀୟ ସ୍ଥାନକୁ ନିଜର କହି ପ୍ରକାଶ କରିଛି ।

ତେବେ ଏହାକୁ ନେଇ ଭାରତରେ  ରାଜନୀତି ଜୋର ଧରିଛି । କଂଗ୍ରେସ ଏପରି ମ୍ୟାପକୁ ଉଦ୍ଭଟ ବୋଲି କହିବା ସହ କେନ୍ଦ୍ର ସରକାରଙ୍କୁ ପରାମର୍ଶ ମଧ୍ୟ ଦେଇଛି । କଂଗ୍ରେସ ସାଂସଦ ମନୀଷ ତିୱରୀ କହିଛନ୍ତି, ’ଚୀନର ଏପରି ଦାବି ନିରର୍ଥକ । ତେବେ ଆଜିର ଦିନରେ ମୁଖ୍ୟ  ପ୍ରସଙ୍ଗ ହେଉଛି,  ଚୀନ ଏଲଏସିର ନିୟମ ଉଲ୍ଲଘଂନ କରିଛି । ତେଣୁ ସରକାର ଗମ୍ଭୀରତାର ସହ ଆତ୍ମନୀରିକ୍ଷଣ କରିବା ଉଚିତ ଯେ ଜିନ ପିଙ୍ଗଙ୍କ ପରି ଜଣେ ଲୋକଙ୍କୁ ନୂଆଦିଲ୍ଲୀ ଆମନ୍ତ୍ରଣ କରିବା ଭାରତର ସ୍ୱାଭିମାନ ବିରୋଧୀ ହେବନି ତ ? ଯିଏ ଭାରତ ୨ ହଜାର କିଲୋମିଟର  ଜାଗା ନିଜର କବଜାରେ ରଖିଛି ତାକୁ ନିଜ ମାଟିକୁ ଆମନ୍ତ୍ରଣ କରିବା କେତେଦୂର ଠିକ ହେବ ?

ଏଠି କହିରଖିବୁ, ମଝିରେ ମଝିରେ ସୀମା ବିବାଦ ନିଆଁରେ ଘିଅ ଢାଳିବା ଚୀନର ପୁରୁଣା ଅଭ୍ୟାସ । ଏପ୍ରିଲ୍ ୨୦୨୩ ରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୧ ଟି ସ୍ଥାନର ମାନଚିତ୍ରରେ ପରିବର୍ତ୍ତନ କରିଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ଚୀନ୍ ତୃତୀୟ ଥର ପାଇଁ ଏପରି କାର୍ଯ୍ୟ କରିଛି।

Leave A Reply

Your email address will not be published.