Latest Odisha News

BREAKING NEWS

କାହାଣୀ ଶୁଣାଇ ଲୋକଙ୍କୁ ଶୁଆନ୍ତି ଏହି ଦେଶର ଲୋକ, ରୋଜଗାର କରନ୍ତି ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ପିଲାଦିନ ଆମେ ମାନେ ଆମଠୁ ବଡ ମାନଙ୍କ ଠାରୁ କାହାଣୀ ଶୁଣିଥିବା ନିଶ୍ଚୟ । କେହି କେହି ରାତିରେ ଶୋଇଲା ବେଳେ କାହାଣୀ ଶୁଣିବାକୁ ଭଲ ପାଆନ୍ତି ତ କେହି କେହି ଖାଇବା ବେଳେ । କିନ୍ତୁ ମଣିଷ ଜୀବନରେ ଶୋଇବା ଏକ ପ୍ରମୁଖ କାର୍ଯ୍ୟ । ସାରାଦିନର କାର୍ଯ୍ୟ ବ୍ୟସ୍ତତା ଭିତରେ ଯଦି କିଛି ଘଣ୍ଟା ଆମେ ଠିକରେ ନ ଶୋଇବା ତେବେ ଆମର ଅନେକ ସ୍ଵାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଅଞ୍ଚଳ ଅଛି ଯେଉଁଠି ଲୋକେ ଶାନ୍ତିରେ କିଛି ଘଣ୍ଟା ଶୋଇବା ପାଇଁ ଟଙ୍କା ଖର୍ଚ୍ଚ କରନ୍ତି । ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ ଏପରି ଏକ ବ୍ୟବସାୟ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଲୋକେ ଶୁଆଇବାକୁ ଟଙ୍କା ନିଅନ୍ତି …

ଆଜିର ବ୍ୟସ୍ତତାପୁର୍ଣ୍ଣ ଜୀବନରେ, ବେଳେବେଳେ ଚାପ ଏବଂ ଏକଲାପଣ ହେତୁ ଲୋକମାନେ ପ୍ରାୟତଃ ରାତିରେ ଶୋଇପାରୁନାହାଁନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ସ୍ଥାନ ବିଷୟରେ କହିବୁ ଯେଉଁଠାରେ ଝିଅ ମାନେ କେବଳ ଜଣଙ୍କୁ ଶାନ୍ତିରେ ଶୁଆଇବାକୁ ବଡ ରକମର ପାଉଣା ପାଆନ୍ତି । ଯାହାକି ସେହି ଝିଅ ମାନଙ୍କର ଏହା ଏକ ପ୍ରକାରର ବ୍ୟବସାୟ ମଧ୍ୟ । ରିପୋର୍ଟ ଅନୁସାରେ ଚାଇନାରେ ସ୍ଲିପମେକର୍ସଙ୍କ ଚାହିଦା ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଛି। ଏହି ଚାହିଦା ବିଶେଷତଃ ସେହି ଲୋକମାନେ ଆପଣାଅନ୍ତି, ଯେଉଁମାନେ ଦିନକୁ ୧୨ ଘଣ୍ଟା, ସପ୍ତାହରେ ୬ ଦିନ କାମ କରନ୍ତି ଅବା ବିବାହ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଚାପଗ୍ରସ୍ତ ହୋଇଥାଆନ୍ତି ବା ଶୋଇ ପାରନ୍ତିନି । ସ୍ଲିପମେକର୍ସ ଏହି ବ୍ୟକ୍ତିମାନଙ୍କ ମାନସିକ ଚାପ ଦୁର କରିବାରେ ସାହାର୍ଯ୍ୟ କରିବା ସହ ଏମାନଙ୍କୁ କାହାଣୀ କହି ଶୁଆଇଥା’ନ୍ତି ।

ପାର୍ଟ ଟାଇମ୍ ଏହି ସ୍ଲିପମେକର୍ସ କାର୍ଯ୍ୟ କରୁଥିବା ଜଣେ ବ୍ୟବସାୟୀଙ୍କ କହିବା ଅନୁସାରେ, ସେ ପ୍ରଥମେ ଏହି ସେବା ନେଇଥିଲେ । ପରେ ଏହି କାର୍ଯୂକୁ ନିଜର ପାର୍ଟ ଟାଇମ୍ ବୃତ୍ତି ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ଲୋକମାନେ ନିଜ ଲୋକମାନଙ୍କୁ ଯେଉଁ କଥା କହିପାରନ୍ତି ନାହିଁ ସେ ସମସ୍ତ କଥା ତାଙ୍କ ଆଗରେ ଖୋଲିକି କୁହନ୍ତି । ତାଙ୍କ କହିବାନୁସାରେ, ଯେତେବେଳେ ତାଙ୍କ ନିକଟକୁ ଆସୁଥିବା ଗ୍ରାହକ ତାଙ୍କର ମନକଥା ଖୋଲିକି କୁହନ୍ତି ତା’ପରେ ସେମାନେ ଆରାମ୍ ପାଇଲା ଭଳି ଭାବନ୍ତି । ଏବଂ ଶାନ୍ତିରେ ଶୁଅନ୍ତି । ଯଦି ତଥାପି କୌଣସି ଗ୍ରାହକଙ୍କୁ ନିଦ ନ ଆସେ ତେବେ ସେମାନେ ଗ୍ରାହକ ମାନଙ୍କୁ ଭଲ ଭଲ କାହାଣୀ ଶୁଣାଇ ଶୁଆଇବାକୁ ଚେଷ୍ଟା କରନ୍ତି ।

ବାସ୍ତବରେ, ଏହି କାର୍ଯ୍ୟରେ ଲୋକମାନେ ଗ୍ରାହକଙ୍କୁ ଶାନ୍ତିରେ ଶୁଆଇବା ସହ ଭଲ ଦୁଇ ପଇସା ମଧ୍ୟ ରୋଜଗାର କରୁଥାଆନ୍ତି । ଏହାର ସମ୍ପୂର୍ଣ୍ଣ ବ୍ୟବସାୟ ମଡେଲ ଚାଇନାରେ ଅଛି । ସେଠାରେ ଏହାର ବିଭିନ୍ନ ବର୍ଗ ଅଛି । ସମୟ ଅନୁସାରେ ଟଙ୍କା ଦେବାକୁ ପଡିଥାଏ ଲୋକମାନଙ୍କୁ । ଏକ ଘଣ୍ଟା ପାଇଁ ୨୬୦ ୟୁଆନ୍ ଅର୍ଥାତ୍ ୩୦୦୦ ଟଙ୍କା । ସେହିପରି ଯଦି କେହି ଏକ ମାସ ପାଇଁ ଏହି ସେବା ନେବାକୁ ଚାହେଁ ତେବେ ତାକୁ ୩.୫ ଲକ୍ଷ ଟଙ୍କା ଦେବାକୁ ପଡିବ । ତେବେ ଦେଖାଯାଏ ଯେ ଏହି ସେବା ନେବାକୁ ଆସୁଥିବା ଗ୍ରାହକ ମାନଙ୍କର ବୟସ ପ୍ରାୟତଃ ୩୦-୪୦ ବର୍ଷ ମଧ୍ୟରେ । 

Comments are closed.