Latest Odisha News

BREAKING NEWS

ଆରବ ସାଗରରେ ଗର୍ଜୁଛି ଚୀନ-ପାକିସ୍ତାନ ଜାହାଜ: କଡା ନଜରରେ ପରଖୁଛି ଇଣ୍ଡିଆନ ନାଭି

ନୂଆଦିଲ୍ଲୀ: ଭାରତର ନିକଟବର୍ତ୍ତୀ ଇଲାକାରେ ନିଜର ଦବଦବା ବଢାଇବାକୁ ଚେଷ୍ଟା କରୁଥିବା ଚୀନ ହିନ୍ଦ ମହାସାଗରରେ ନିଜର ଜାହାଜ ଏବଂ ଯୁଦ୍ଦ ଜାହାଜ ପଠାଇବାର ଚେଷ୍ଟା ବନ୍ଦ କରିନି । ପାକିସ୍ତାନ ସହ ମିଶି ଆରବ ସାଗରରେ  କରୁଛି ଯୁଦ୍ଧାଭ୍ୟାସ ସି-ଗର୍ଜିୟନ୩  । ଏଥିପାଇଁ ଦୁଇଦେଶ ନିଜ ନିଜ ଜାହାଜ ଏବଂ ଯୁଦ୍ଧ ଜାହାଜ ଆରବ ସାଗରରେ ଏକାଠି ହୋଇଛନ୍ତି । ଏହା ହିନ୍ଦ ସାଗରରେ ପ୍ରବେଶ କରି ଆରବ ସାଗରରେ ପହଞ୍ଚିଛନ୍ତି ।  ତେବେ ଭାରତ ଚୀନର ଏପରି କାରବାର ଉପରେ କଡା ନଜର ରଖିଛି । ଏହାର ରୁଟ, ସାମିଲ ହୋଇଥିବା ଜାହାଜ, ଯୁଦ୍ଧ ଜାହାଜ, ଏଥିରେ ଲାଗିଥିବା ଅସ୍ତ୍ରଶସ୍ତ୍ର ଏବଂ ସ୍ପିଡ ଉପରେ କଡା ଅନୁଧ୍ୟାନ କରୁଛି ଭାରତ ।

ସରକାରୀ ଭାବେ ବୁଧବାର ଏ ନେଇ ସୂଚନା ଦେଇ କୁହାଯାଇଛି, ଭାରତୀୟ ନୌସେନା ପାକିସ୍ତାନ ସହ ମିଶି ନୌସୈନିକ ଅଭ୍ୟାସରେ ଭାଗ ନେଉଥିବା ଚୀନ ଯୁଦ୍ଧ ଜାହାଜ  ଏବଂ ଯୁଦ୍ଧ ପୋତ ଉପରେ ନଜର ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ, ଚୀନର ପିଏଲଏ ନୌସେନା ପାକିସ୍ତାନ ସହ ମିଶି ଆରବ ସାଗରରେ ହେଉଥିବା ଯୁଦ୍ଧାଭ୍ୟାସରେ ଭାଗ ନେବ । ଏଥିପାଇଁ ନିଜର ଫ୍ରଣ୍ଟଲାଇନ ଯୁଦ୍ଧପୋତ  ଏବଂ ଯୁଦ୍ଧ ଜାହାଜ ସମେତ ଅନେକ  ପ୍ଲାଟଫର୍ମକୁ ଏଠାରେ ମୁତୟନ ରଖାଯାଇଛି ।

ଏହି ଯୁଦ୍ଧାଭ୍ୟାସ ନଭେମ୍ବର ୧୧ରୁ ୧୭ ଯାଏ ଚାଲିବ । କରାଚି ନୌସେନା ଆଡ୍ଡାରେ ଚାଲିଥିବା ଏହି ଅଭ୍ୟାସରେ ଦୁଇ ଦେଶର ଜାହାଜ, ଯୁଦ୍ଧଜାହାଜ ସମେତ ହେଲିକ୍ୟାପ୍ଟର ସାମିଲ ହୋଇଛି । କିଛି ବର୍ଷ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧାଭ୍ୟାସର ଏହା ତୃତୀୟ ସଂସ୍କରଣ ।

Comments are closed.