ବେଜିଂ: ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଗୃହବନ୍ଦୀ ଭାବେ ରଖାଯାଇଛି ବୋଲି ଖବର ପ୍ରଚାର ହେବାରେ ଲାଗିଛି । ଏ ନେଇ କୌଣସି ଅଫିସିଆଲ ତଥ୍ୟ ମିଳି ନ ଥିଲେ ମଧ୍ୟ ସାରା ବିଶ୍ୱରେ ଏହାକୁ ନେଇ ଆଲୋଚନା ହେଉଛି । ରିପୋର୍ଟ ମୁତାବକ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ଏହି ପଦକ୍ଷେପ ଗ୍ରହଣ କରିଛି । ଚୀନର ସୋସିଆଲ ମିଡିଆରେ କିଛି ୟୁଜର୍ସ ଏହାକୁ ଶେୟାର କରିଥିଲେ । ଭାରତର ପ୍ରମୁଖ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଟୁଇଟ କରି ଏହି ଗୁଜବ ଉପରୁ ପର୍ଦ୍ଦା ଉଠିବା ଜରୁରୀ ବୋଲି ଦାବୀ କରିଛନ୍ତି । ଜିନପିଙ୍ଗଙ୍କ କେତେକ ନିଷ୍ପତି ନେଇ ପିଏଲଏ ସଦସ୍ୟମାନେ ଅସନ୍ତୁଷ୍ଟ ଥିଲେ ।
ଲି କିୟା ଓମିଙ୍ଗଙ୍କୁ ନୂତନ ରାଷ୍ଟ୍ରପତି କରାଯିବା ନେଇ ମଧ୍ୟ ଉକ୍ତ ଗୁଜବରେ ଉଲ୍ଲେଖ କରାଯାଇଛି । ଚୀନର ପୂର୍ବତନ ମନ୍ତ୍ରୀ ସନ ଲିଜୁନ ୭୦୦ କୋଟି ଦୁର୍ନୀତି କରିଥିବା ଧରାପଡିବା ପରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏହା ପରେ ପରେ ଉପରୋକ୍ତ ଗୁଜବ ଜୋର ଧରିଥିଲା । ଜିନପିଙ୍ଗ ସମରକନ୍ଦରେ ଥିବା ବେଳେ ପିଏଲଏ ଏହି ପଦକ୍ଷେପ ଗ୍ରହଣ କରିଥିଲା ।
Comments are closed.