ଲେହ: ଭାରତୀୟ ସେନା ଲଦାଖର ହାଡଭଙ୍ଗା ଶୀତରେ ଦେଶ ପାଇଁ ପ୍ରାଣ ଲଗାଇ ଜଗିଛନ୍ତି । ମାତ୍ର ଚୀନ ସେନା ପୂର୍ବ ଲଦାଖରେ ଏହି ଥଣ୍ଡା ସାମ୍ନା କରିପାରି ନାହାନ୍ତି । ଫଳରେ ବାଧ୍ୟହୋଇ ପିଏଲଏ ୧୦ ହଜାର ସୈନ୍ୟଙ୍କୁ ଏଲଏଏସିରୁ ୨୦୦ କିଲୋମିଟର ପଛକୁ ପଠାଇବାକୁ ବାଧ୍ୟ ହୋଇଛି । ତଥାପି ଏବେ ବି ୪୦୦୦୦ ସେନା ଜଗି ରହିଛନ୍ତି ।
ଉତେଜନା କମି ନ ଥିବାରୁ ଉଭୟ ଭାରତ ଏବଂ ଚୀନ ବିବାଦୀୟ ସ୍ଥାନରୁ ସେନା ହଟାଇ ନାହାନ୍ତି । ଭାରତ ଶାନ୍ତି ପ୍ର୍ରକ୍ରିୟା ପାଇଁ ବାରମ୍ବାର ଚେଷ୍ଟା କରୁଥିବା ବେଳେ ଚୀନ ଚାଲାକି କରି ଏଥିରେ ବାଧା ସୃଷ୍ଟି କରୁଛି । ଲଦାଖରେ ଏବେ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସରୁ ବହୁତ କମ୍ ରହିଛି ।
Comments are closed.