Latest Odisha News

BREAKING NEWS

ଚୀନ ହ୍ୟାକରଙ୍କ ଟାର୍ଗେଟରେ ଅଷ୍ଟ୍ରେଲିଆ ସରକାରୀ ଅନୁଷ୍ଠାନ !

ସିଡନୀ: ଏକ ଅତ୍ୟାଧୁନିକ ସାଇବର ଗ୍ରୁପ୍ ଅଷ୍ଟ୍ରେଲିଆର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଟାର୍ଗେଟ କରିଛି । ଏହି ସାଇବର ଗ୍ରୁପ୍ ଚୀନର ବୋଲି ତଦନ୍ତରୁ ଜଣାପଡିଥିଲେ ମଧ୍ୟ ଏଥିନେଇ ସ୍ପଷ୍ଟ କରାଯାଇ ନାହିଁ । ପ୍ରଧାନମନ୍ତ୍ରୀ ସ୍କଟ ମୋରିସ ଏହି ସୂଚନା ଦେଇଛନ୍ତି । ଜରୁରୀ ସେବା ପ୍ରଦାନକାରୀ ଏବଂ ବ୍ୟବସାୟ ଅନୁଷ୍ଠାନ ସମେତ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ହ୍ୟାକରମାନେ ହ୍ୟାକ କରିଛନ୍ତି ।

ତେବେ କୌଣସି ତଥ୍ୟ ଚୋରି କରିବାରେ ସଫଳ ହୋଇ ନ ଥିବା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ବାରମ୍ବାର ସାଇବର ଆକ୍ରମଣ ହେଉଥିବାରୁ ଏହା ନିଶ୍ଚିତ ଭାବେ ଚିନ୍ତାର କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Leave A Reply

Your email address will not be published.